News
WhatsApp Image 2023-10-04 at 17.25.00
samparksetu

ପ୍ରଶାସନ ପକ୍ଷରୁ ଜଗବନ୍ଧୁ ଙ୍କୁ ମିଳିଲା ଟ୍ରାଇସାଇକେଲ

ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ଅସହାୟ ଜଗବନ୍ଧୁ ଭାଙ୍ଗି ପଡିଥିବା ଖବର ପ୍ରସାରଣ ପରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ତାଙ୍କ ପାଇଁ ସହାୟତା ଯୋଗାଇବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ଟ୍ରାଇସାଇକେଲ ଯୋଗାଇ ଦିଆଯାଇଛି ।

ସୂଚନା ଥାଉ କି, ଏସମ୍ପର୍କରେ ଆମକୁ ଜଣାଇବା ପରେ ଖବର ପ୍ରକାଶ କରିଥିଲୁ। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଗାଁର ଜଗବନ୍ଧୁ ସାହୁ ପିତା ତୀର୍ଥବାସୀ ସାହୁ ଠେଲାରେ ଗୁପଚୁପ ବିକ୍ରି କରି ପରିବାର ଭରଣ ପୋଷଣ କରୁଥିଲେ। ପୂର୍ବରୁ ଏକ ବସ ଦୁର୍ଘଟଣା ପାଇଁ ତାଙ୍କ ଗୋଡ଼ କାଟିବାକୁ ପଡ଼ିଥିଲା। ଗୋଟିଏ ଗୋଡରେ କୌଣସି କାମ କରିବା ସମ୍ଭବ ନଥିବା ବେଳେ ଘରେ ବସିରହିବାକୁ ପଡୁଛି।

ତାଙ୍କ ବିଷୟରେ ସୂଚନା ପାଇ ତୁମୁସିଂଙ୍ଗା ପଞ୍ଚାୟତ ଶ୍ରୀମୂଳା ଗାଁ ର ଯୁବକମାନେ ଘର ଘର ବୁଲି ମୋଟ ୩୯,୭୮୭ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ପରେ ସ୍ଥାନୀୟ ବିଡ଼ିଓ ଙ୍କ ଦ୍ଵାରା ତାଙ୍କୁ ଏକ ଟ୍ରାଇସାଇକେଲ ଯୋଗାଇ ଦିଆଯାଇଛି ।

new life
You might also like
error: Content is protected !!