News
WhatsApp Image 2023-10-04 at 17.25.00
samparksetu

ନିସ୍ତବ୍ଧ ଅନ୍ଧକାର

ନିସ୍ତବ୍ଧ ଏ ଅନ୍ଧକାର ରାତିରେ

କେଇଟା ପୁରୁଷଙ୍କ ଦୁଷ୍କର୍ମ ଚିନ୍ତନରେ

ପୁରୁଷର ଏ ପିଶାଚ ଅତ୍ୟାଚାରରେ

ନାରୀ ସାଜେ ଜୀବନ୍ତ ମୁର୍ଦାରଟିଏରେ ||

ନିସ୍ତବ୍ଧ ଅନ୍ଧକାର ରାତିରେ

ହୁଏ ବିକଟାଳରେ କେଉଁ ନାରୀର ଚିତ୍କାର (2)

ଏଠି ମାଧବ ଆସନ୍ତିନି ବସ୍ତ୍ରହରଣରେ

ପୁରୁଷ ପଶୁ ସାଜିକରେ ନାରୀର ବଳାତ୍କାର ||

ନିସ୍ତବ୍ଧ ଅନ୍ଧକାରରେ …..

କେବଳ ନାରୀ ବଳାତ୍କାର ନୁହେଁ…..

କନ୍ୟା ଭୃଣ ହତ୍ୟା କରାଯାଏ | (2)

କେବଳ ନାରୀ ନିର୍ଯ୍ୟାତନା ନୁହେଁ ….

କୋଠରୀ ଅନ୍ଧକାରେ ନାରୀକୁ ଜାଳି ଦିଆଯାଏ ||

ତଥାବି ଏ ସମାଜ ନାରୀକୁ

ଅଭିଶପ୍ତ ଭାବେ , (2)

ଆଉ ଅତ୍ୟାଚାର ପୀଡ଼ିତାକୁ

ଦୋଷୀବୋଲି ଭାବେ ||

ଭୁଲ କେଉଁଠି …….? (2)

ପୁତ୍ର ଜନ୍ମ ନିଏ ମାତୃ କୋଳରେ ….?

ନା ପୁତ୍ର ଅଶିକ୍ଷିତ ପିତୃ ଶିକ୍ଷାରେ…… ?

ନା ଭୁଲ ପୁରୁଷର ଚିନ୍ତନରେ ….?

ନା ଭୁଲରୁହେ ନିରୀହ ନାରୀର କପଡ଼ାରେ ….?

ବଡ ବିଚିତ୍ର ଏ ସମାଜର ଚିନ୍ତା

ଆଉ ବିଚିତ୍ର ନାରୀ ପ୍ରତି ମାନସିକତା  (2)

ନାରୀ ଆଜି ନିରୁପାୟ ପୀଡିତା

ଆଉ ପୀଡିତାର ଜୀବନ ସାଜେ ଅନ୍ଧକାର ନିସ୍ତବ୍ଧତା || (2)

✍️କାଦମ୍ବରୀ ମହାଖୁଡ଼

new life
You might also like
error: Content is protected !!