ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ବାଟତାରିଣୀ ନିକଟରେ ପ୍ରଦିପ୍ତ ପୃଷ୍ଟି ଏକ ପାନ ଦୋକାନ ଦେଇ ବେଶ କିଛି ବର୍ଷ ହେଲା ପରିବାର ପ୍ରତିପୋଷଣ କରିଆସୁଥିଲେ । ସ୍ତ୍ରୀ ଓ ପୁଅକୁ ନେଇ ଏହି ଦୋକାନରେ ରହୁଥିଲେ କିନ୍ତୁ ଦିପାବଳୀ ଥିବାରୁ ନିଜ ଘରକୁ ଚାଲିଯାଇଥିଲେ ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିବାର ସେ ଅଭିଯୋଗ କରିଛନ୍ତି ।
ଏସଂକ୍ରାନ୍ତରେ ଭୁବନ ଥାନାରେ ଅଭିଯୋଗ ପରେ ଭୁବନ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି । ପାଖାପାଖି ୭/୮ ଲକ୍ଷ ଟଙ୍କାର ଜିନିଷ ପତ୍ର ଜଳି ପୋଡି ପାଉଁଶ ହୋଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ।