ପରଜଙ୍ଗ ଥାନା କୁଲେଈ ଗେଙ୍ଗୁଟିଆ ଦେଇ ଯାଇଥିବା ରେଙ୍ଗାଳି କେନାଲ ପାଣିରେ ତିନି ଦିନ ଧରି ବୁଡ଼ି ରହିଥିଲା ଏକ କାର୍ ଗାଡ଼ି । ସୂଚନା ମୁତାବକ ଗାଡ଼ି ଟି ଭାରସ୍ୟାମ ହରାଇ କେନାଲ ପାଣିରେ ପଡିଯାଇଥିଲା ଫଳରେ ପାଣି ସ୍ତର ଅଧିକ ଥିବାରୁ ଚାଳକ ଜଣକ ଗାଡ଼ି ଭିତରେ ଫସି ରହିଥିଲେ ,ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ମୃତକ ହେଲେ ଆଖୁଆପାଳ ପଞ୍ଚାୟତ ଝରଣବାହାଳ ଗ୍ରାମର ଚନ୍ଦ୍ରମଣି ସିଂ ଙ୍କ ପୁଅ ଅନନ୍ତ ସିଂ l ସେ ଗତ ଚାରି ତାରିଖରୁ ନିଖୋଜ ଥିଲେ । ଆଜି କୁଲେଇ ସ୍ଥିତ କେନାଲ ପାଣିରେ ଗାଡ଼ି ଟି ଭାସୁଥିବାର ଦେଖିଥିଲେ । ଅଗ୍ନିଶମ ବାହିନୀ ଓ ପୋଲିସ ତତ୍ତ୍ଵାବଧାନରେ ଗାଡ଼ି ସହ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା ଚଳାଇ ଅଧିକ ତଦନ୍ତ ଜାରି ରହିଛି ।