News
WhatsApp Image 2023-10-04 at 17.25.00
samparksetu

କେନାଲରେ ପାଣି ବନ୍ଦ କରିବାକୁ ଦାବି

ଢେଙ୍କାନାଳ ଜିଲ୍ଲାର ଉତ୍ତର ପାଶ୍ୱରେ ରେଙ୍ଗାଳୀର ବାମ ମୁଖ୍ୟ କେନାଲ ପ୍ରବାହିତ । ଏହି କେନାଲ ର ଓଡିଶ ଠାରୁ ବାହରିଛି ଭୁବନ ଶାଖା କେନାଲ । ଏହି କେନାଲରେ ପାଣି ବନ୍ଦ କରିବାକୁ ବାମ ମୁଖ୍ୟ କେନାଲର ନିର୍ବାହୀ ଯନ୍ତ୍ରୀ ଦେୀପକ କୁମାର ବେହେରାଙ୍କୁ ଚାଷୀ ମାନେ ଜଣାଇଛନ୍ତି ।

ଗର୍ଭଣ। ସଂକ୍ରାନ୍ତି ପରେ ଆଉ ଧାନ ବିଲରେ ପାଣିର ଆବଶ୍ୟକତା ନଥିବାର ଚାଷୀ ସଂଗଠନ ପକ୍ଷରୁ ବାରମ୍ବାର ଜଣାଯାଇଛି । ହେଲେ ରେଙ୍ଗାଳୁ କର୍ତ୍ତୃପକ୍ଷ ସେଥିପ୍ରତି ଧ୍ୟାନ ଦେଉନଥିବା ଦେଖାଦେଇଛି । ଧାନ ବିଲରେ ପାଣି ମାଡିବା ଯୋଗୁ ବିଲ କାଦୁଅ ହେଉଛି । ନା ବିଲକୁ ଚାଷୀ ଧାନ କାଟିବା ପାଇଁ ଯାଇ ପାରୁଛିନ୍ତି ନା ମେସିନ ଲଗାଇ କାମ କରିପାରୁଛି । ତେବେ ବହୁ ସ୍ଥାନରେ କେନାଲର କବାଟ ଭାଙ୍ଗିରୁଜି ଯାଇଥିବାରୁ ଖୋଲା ମେଲାରେ ପାଣି ଯାଇ ବିଲର ପାଚିଲା ଧାନ କିଆରିରେ ଅଧିକ ପାଣି ହୋଇ ଚାଷ କାମରେ ବାଧା ସୃଷ୍ଟି କରୁଛି ।

new life
You might also like
error: Content is protected !!