ଦେଶର ପ୍ରଥମ ଷ୍ଟିଲ୍ କମ୍ପାନୀ ଭାବରେ ଟାଟା ଷ୍ଟିଲ୍ ବିଏସ୍ଏଲ୍ ପକ୍ଷରୁ ସିମେ୍ ପ୍ରସ୍ତୁତି ପାଇଁ ବାଂଲାଦେଶକୁ ଏଲ୍ଡି ସ୍ଲାଗ୍ର ରପ୍ତାନୀ ଆରମ୍ଭ
ଢେଙ୍କାନାଳ ଜିଲ୍ଲା ସ୍ଥିତ ଟାଟା ଷ୍ଟିଲ୍ ବିଏସ୍ଏଲ୍ ପକ୍ଷରୁ ଧାମରା ବନ୍ଦର ଦେଇ ବାଂଲାଦେଶକ ବଜାରକୁ ୯ ହଜାର ଟନ୍ (କେଟି)ର ଏଲ୍ଡି ସ୍ଲାଗ୍ ରପ୍ତାନୀ କରାଯାଇଛି । ପ୍ରଥମ ଥର ପାଇଁ ଭାରତରୁ ବାଂଲାଦେଶକୁ ଏଲ୍ଡି ସ୍ଲାଗ୍ ରପ୍ତାନୀର ଏହି ପ୍ରୟାସ ଯୋଗୁଁ କମ୍ପାନୀ ଏକ ନୂତନ ମାଇଲଖୁ ହାସଲ କରିଛି ।
ହଂକଂ ସ୍ଥିତ ଟ୍ରେଡ୍ ହାଉସ୍ ତଥା ଟାଟା ଷ୍ଟିଲ୍ ବିଏସ୍ଏଲ୍ର ର୍ବମାନର ଗ୍ରାହକ ସେମକୋଆ ଲିମିଟେଡ୍ ପକ୍ଷରୁ ସିମେ୍ ପ୍ରସ୍ତୁତି ପାଇଁ ବାଂଲାଦେଶରେ ଏଲ୍ଡି ସ୍ଲାଗ୍ର ବଜାର ସୃଷ୍ଟି ପ୍ରତି ଆଗ୍ରହ ପ୍ରଦର୍ଶନ କରାଯିବା ସହିତ ଏହାର ରପ୍ତାନୀ ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇଥିଲା । ସିମେ୍ ପ୍ରସ୍ତୁତି ପାଇଁ ବାଂଲାଦେଶର ସମ୍ପୃକ୍ତ ପ୍ଲା୍ରେ ଏଲ୍ଡି ସ୍ଲାଗ୍ର ପରୀକ୍ଷଣ ଏବଂ ଟ୍ରାଏଲ୍ କରାଯାଇଛି । ଟାଟା ବିଏସ୍ଏଲ୍ର ଯୋଜନା ମୁତାବକ ବାର୍ଷିକ ୧୦୦ କିଲୋ ଟନ୍ (କେଟି) ଏଲ୍ଡି ସ୍ଲାଗ୍ ରପ୍ତାନୀ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଟାଟା ଷ୍ଟିଲ୍ ବିଏସ୍ଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବୋଧ ପାଣ୍ଡେ ଏହି ପଦକ୍ଷେପ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ ଏକ ପରିବେଶ ଉପଯୋଗୀ ପଦକ୍ଷେପ ଭାବରେ କମ୍ପାନୀରୁ ନିର୍ଗତ ଉପ-ଉତ୍ପାଦକୁ କିପରି ନୂଆ ପ୍ରଡକ୍ଟ ଭାବରେ ବ୍ୟବହାର କରାଯାଇପାରିବ ଏବଂ ଏଥିଲାଗି ନୂଆ ମାର୍କେଟ୍ ସୃଷ୍ଟି କରାଯିବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି । ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ ସହିତ ନୂଆ ନୂଆ ପ୍ରଡକ୍ଟର ପ୍ରସ୍ତୁତି ଏବଂ ଏଥିଲାଗି ନୂଆ ବଜାର ଅନ୍ୱେଷଣ ପାଇଁ ଆମେ ନେଉଥିବା ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ ବୋଲି ମଧ୍ୟ ସେ କହିଥିଲେ ।
ଇସ୍ପାତ ପ୍ରସ୍ତୁତି ପ୍ରକ୍ରିୟା ପାଇଁ ଏଲ୍ଡି ସ୍ଲାଗ୍ (ଲିଂଜ୍- ଜୋନାୱିଜ୍) ହେଉଛି ଏକ ଉପ- ଉତ୍ପାଦ ଏବଂ ର୍ବମାନ ଟାଟା ଷ୍ଟିଲ୍ ବିଏସ୍ଏଲ୍ ବାର୍ଷିକ ପ୍ରାୟ ୧ ମିଲିୟନ୍ ଟନ୍ ଏଲ୍ଡି ସ୍ଲାଗ୍ ଉତ୍ପାଦନ କରୁଛି । ସ୍ଲାଗ୍ ସିମେ୍, ଜିଜିବିଏସ୍ (ଗ୍ରାଉଣ୍ଡ୍ ଗ୍ରାନୁଲେଟେଡ୍ ବ୍ଲାଷ୍ଟ ଫର୍ଣ୍ଣେସ୍ ସ୍ଲାଗ୍) ଏବଂ କ୍ଲିଙ୍କର୍ ପ୍ରସ୍ତୁତିରେ ପ୍ରୟୋଗ ନିମନ୍ତେ ଗ୍ରାହକଙ୍କ ସହଭାଗୀତାରେ କମ୍ପାନୀ ପକ୍ଷରୁ ୦-୬ ମିଲିମିଟର ଆକାରର ସ୍ଲାଗ୍ ସେଗମେ୍ ବିକଶିତ କରାଯାଇଛି ।
ଏଲଡି ସ୍ଲାଗ୍କୁ ନିରନ୍ତର ଭାବରେ ବ୍ୟବହାର କରିବା ନିମନ୍ତେ ଟାଟା ଷ୍ଟିଲ୍ ବିଏସ୍ଏଲ୍ ପକ୍ଷରୁ ପ୍ଲା୍ ପାଖରେ ଥିବା ଇଟା ପ୍ରସ୍ତୁତକାରୀ, ଜାତୀୟ ରାଜପଥ କାର୍ଯ୍ୟ, କଠିନ ଚଟାଣ ଏବଂ ଖାଲ ଜମିକୁ ଭରିବା, ଓଡିଶା ଓ ପଶ୍ଚିମବଙ୍ଗର ସିମେ୍ କମ୍ପାନୀ, ଜାତୀୟ ରାଜପଥ କାର୍ଯ୍ୟ ଓ ଇଟା ତିଆରି ପାଇଁ ଉପକୂଳ ଓଡିଶାର ବିତରକମାନଙ୍କୁ ଏଲ୍ଡି ସ୍ଲାଗ୍ ଯୋଗାଇ ଦିଆଯାଉଛି । ଏହି ଯାତ୍ରାକୁ ଆହୁରି ଆଗକୁ ନେବା ପାଇଁ କମ୍ପାନୀ ପକ୍ଷରୁ ଅଟୋ ଓ ଏଚ୍ଇଏମ୍ଏମ୍ (ହେଭୀ ଆର୍ଥ୍ ମୁଭିଙ୍ଗ୍ ମେସିନାରୀ) ବିଭାଗ ଏବଂ କୃଷିକ୍ଷେତ୍ର ନିମନ୍ତେ କାଉର୍ ଓଜନର ବିକାଶ କାର୍ଯ୍ୟ କରାଯାଉଛି । ପ୍ଲା୍ରୁ ନିର୍ଗତ ଫ୍ଲାଏ ଆସ୍, ଏଲ୍ଡି ସ୍ଲାଗ୍ ଏବଂ ବ୍ଲାଷ୍ଟ୍ ଫର୍ଣ୍ଣେସ୍ ସ୍ଳାଗ୍ର ୧୦୦ ପ୍ରତିଶତ ପୁନଃବ୍ୟବହାର କରିବାରେ କମ୍ପାନୀ କୃତିତ୍ୱ ହାସଲ କରିଛି ।