ଲିଭରପେସେ ଫାଉନଣ୍ଡେସନ ସଂସ୍ଥା ଦ୍ୱାରା ଭୁବନ ବ୍ଲକ ଯମୁନାକୋଟ ଠାରେ ନିଶୁଲ୍କ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୂର୍ବତନ ସରପଚଂ ନଟବର ସାହୁଙ୍କ ସକ୍ରିୟ ସହଯୋଗ କ୍ରମେ ସ୍ଥାନୀୟ ଉପ୍ରା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ସ୍ୱାସ୍ଥ୍ୟ ସେବା ଶିବିର । ଏହି କାର୍ଯ୍ୟକ୍ରମରେ ୨୨ଜଣ ଅଭିଜ୍ଞଡାକ୍ତର ଯୋଗଦେଇ ୧୮ ପଚାଂୟତର ୮ଶହରୁ ଉର୍ଦ୍ଦ ଗ୍ରାମାଚଂଳ ରୋଗୀ ସ୍ୱାସ୍ଥ୍ୟସେବାରେ ଲାଭ ନେଇଥିଲେ ।
ସକାଳ ୯ଟା ଠାରୁ ଅପରାହ୍ନ ୩ଟା ଯାଏ ରୋଗୀ ସେବା ଲାଗିି ରହିଥିବା ଆୟୋଜକଙ୍କ ପକ୍ଷରୁ ଜଣାଯାଇଛି ।