News
WhatsApp Image 2023-10-04 at 17.25.00
samparksetu

ଅପହଞ୍ଚ ଇଲାକାକୁ ଚାଲି ଚାଲି ଗଲେ ବିଡ଼ିଓ

ଗଁଦିଆ ଜଙ୍ଗଲ ଇଲାକା ରେ ବସବାସ କରୁଥିବା ଧାନଘରଖୋଲ ଗାଁ ରେ ପ୍ରଥମ ଥର ପାଦ ପଡିଥିଲା ଜଣେ ପ୍ରଶାସନିକ ଅଧିକାରୀ ଙ୍କର । ତାଙ୍କୁ ଦେଖି ବହୁତ ଖୁସି ହେଇଥିଲେ ଗ୍ରାମବାସୀ । ସମସ୍ୟା ଗୁଡିକୁ ଜଣାଇଥିଲେ ।

ସରକାରୀ ସୂଚନାରୁ ଜଣାଯାଏ ସମଗ୍ର ରାଜ୍ୟରେ ସରକାର ଙ୍କ ଦ୍ୱାରା କାର୍ଯ୍ୟ କରି ହେଉଥିବା ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଯେପରି ସମେସ୍ତ ସାମିଲ ହେବେ । ସମସ୍ତେ ଉକ୍ତ କାର୍ଡ ପାଇ ପାରିବେ ସେଥିପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତ ।

. ଏହି ପରିପେକ୍ଷୀରେ ଢେଙ୍କାନାଳ ଜିଲ୍ଲାରେ ମୋଟ ୪୮ଗୋଟି ଅପହଞ୍ଚ ଇଲାକା ରହିଛି , ସେଥି ମଧ୍ୟରୁ ଗଁଦିଆ ବ୍ଲକରେ ରହିଛି ଦୁଇଟି ଗାଁ , ଦୁଇଟି ଯାକ ନିହାଲପ୍ରସାଦ ପଂଚାୟତ ରେ ।

ଗୋଟିଏ ହେଲା ଧାଡିକିଆ ଅନ୍ୟଟି ଧାନଘରଖୋଲ , ଏହି ଦୁଇଟି ଗ୍ରାମରେ ୨୧ଟି ଆଦିବାସୀ ପରିବାର ବସବାସ କରନ୍ତି । ଏମାଙ୍କର ମୋଟ ଜନ ସଂଖ୍ୟା ୧୨୦ ।. ଉକ୍ତ ଗ୍ରାମକୁ ଚଳା ଚଳ ନିମନ୍ତେ ସବୁଦିନିଆ ଏକ ଭଲ ରାସ୍ତା ନାହିଁ ।

ସେହିପରି ପାଠ ପଢ଼ା କ୍ଷେତ୍ରରେ ସେପରି ସୁବିଧା ନାହିଁ ଉକ୍ତ ବସ୍ତି ଦୁଇଟି ନିଶ୍ଚିନ୍ତା ପାହାଡ଼ ର ପାଦ ଦେଶରେ ଥିବାରୁ ବର୍ଷା ଦିନେ ଏହି ସ୍ଥାନ ମାନଙ୍କରେ ପାଣି ଜମି ରହିଥାଏ । ଗମନା ଗମନ କ୍ଷେତ୍ରରେ ବାଧା ସୃଷ୍ଟି ହେଇଥାଏ । ଉକ୍ତ ଇଲାକା ନିହାଲପ୍ରସାଦ ଠାରୁ ମାତ୍ର, ଦେଢ଼ କିଲୋମିଟର ଅଟେ ।ସରକାରୀ ସୁବିଧା କହିଲେ ଏମାନଂକୁ ମିଳୁଛି ଟଙ୍କିକିଆ ଚାଉଳ ଓ କିଛି ଆବାସ ଘର ମିଳିଛି ।ବିଦ୍ୟୁତର ସୁବିଧା ସାତ ସପନ ,ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସେମାନେ ଅବହେଳିତ ଥିବାର ନଜିର ରହିଛି ସମଗ୍ର ରାଜ୍ୟରେ ସରକାରଙ୍କ ଦ୍ୱାରା ବଣ୍ଟନ ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇବା ସହିତ ସେଠାରୁ ସ୍ୱାସ୍ଥ୍ୟ କ୍ଷେତରେ କିପରି ସମସ୍ତ ସୁବିଧାର ଲାଭ ଏହି ବସ୍ତି ବାସିନ୍ଦା ପାଇବେ ସେଥିପାଇଁ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ପାଦ ରେ ଏକ କିମି ଚାଲିଚାଲି ଏହି ଅପହଞ୍ଚ ଇଲାକା ରେ ପହଂଚିଥିଲେ । ଏହି କାର୍ଡ ରେ କିପରି ମାଗଣାରେ ସ୍ୱାସ୍ଥ୍ୟ ସେବା ମିଳିବ ତାହା ଉପରେ ସେମାନଙ୍କୁ ବିଷାଦ ଭାବରେ ବୁଝାଇଥିଲେ ।

new life
You might also like
error: Content is protected !!