ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନର୍ଗତ ଇନ୍ଦିପୁର ଓ ଖୁଣ୍ଟୁଝରି ମିଳିତ ଓଡିଶା ଡ୍ରାଇଭର ମହାସଂଘର ଡ୍ରାଇଭର ଭାଇ ମାନେ ଏକତ୍ରିତ ହୋଇ ଓଡିଶା ସରକାରଙ୍କ ବିରୋଧରେ ବିଭିନ୍ନ ନାରାଦେଇ ଇନ୍ଦିପୁର ଗ୍ରାମରେ ପରିଭ୍ରମଣ କରିବା ସହିତ ଓଡିଶା ଡ୍ରାଇଭର ମହାସଙ୍ଗର ସଦସ୍ୟ ମାନେ ସରକାରଙ୍କୁ ୧୦ ଦଫା ଦାବି ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ ଇନ୍ଦିପୁର ଓ ଖୁଣ୍ଟୁଝରି ମିଳିତ ଡ୍ରାଇଭର ମହାସଂଘର ସଭାପତି ସର୍ବେଶ୍ୱର ପୃଷ୍ଟି କହିଥିଲେ ଯେ ,ଡ୍ରାଇଭର ହେଉଛି ଏ ଦେଶର ମେରୁଦଣ୍ଡ , କିଭଳି ଆଜିର ସମାଜରେ ଡ୍ରାଇଭର ମାନଙ୍କୁ ଅବହେଳିତ କରାଯାଉଛି, କୋଭିଡ ଯୋଦ୍ଧାର ମାନ୍ୟତା ମିଳୁନି, ତାଙ୍କ ପରିବାରର ସଦସ୍ୟ ମାନଙ୍କ ପାଇଁ କୌଣସି ସୁବିଧା ସୁଯୋଗ ଦିଆଯାଉ ନାହିଁ, ଏବଂ ଗୋଟେ ଡ୍ରାଇଭର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ତାର ପରିବାରକୁ ଛାଡ଼ିଦେଇ ନିଜ ଜୀବନକୁ ବାଜି ଲାଗେଇ ଦେଇ ଓଡ଼ିଶାର ଅଗଣିତ ଜନତାଙ୍କ ସେବାରେ ଲାଗିଛି, କିନ୍ତୁ ତାଙ୍କୁ ଏ ସରକାର କିଭଳି ଭାବେ ଅବହେଳିତ କରି ରଖିଛି ସେ ବିଷୟରେ ଆଲୋକପାତ କରାଇଥିଲେ ।
ଏଇ ମାସ ନଭେମ୍ବର ୧୫ ତାରିଖରୁ ୨୦ ତାରିଖ ଭିତରେ ଓଡିଶା ଡ୍ରାଇଭର ମହାସଂଘର ୧୦ ଦଫା ଦାବିକୁ ଯଦି ରାଜ୍ୟ ସରକାର ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନକୁ ଓହ୍ଲାଇବାକୁ ଦାବି ରଖିଛି ଇନ୍ଦିପୁର ଖୁଣ୍ଟୁଝରି ମିଳିତ ଓଡିଶା ଡ୍ରାଇଭର ମହାସଂଘର ସଦସ୍ୟ ମାନେ । ପରିଶେଷରେ ସଂଘର ସଭାପତି ସମସ୍ତ ସଦସ୍ୟଙ୍କୁ ନେଇ ସଂଘର ଶପଥ ପାଠ କରାଇଥିଲେ ।