News
WhatsApp Image 2023-10-04 at 17.25.00
samparksetu

ଫେସବୁକରେ ଝିଅ ବିବାହ ଫୋଟ ଦେଖି ମାଆ ର ଆତ୍ମହତ୍ୟା

ଝିଅ ନିଜ ଘରୁ ଫେରାର ହୋଇ ନିଜ ଇଛାରେ ବିବାହ କରିବାରୁ ମାଆ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଭୁବନ ବ୍ଳକ ବାଲିବୋ ରଗଡା ସାହି ବାସିନ୍ଦା ଧବଲେଶ୍ୱର ନାୟକଙ୍କ ସ୍ତ୍ରୀ କୁନି ନାୟକ(୪୭)ଙ୍କ ପରିବାର ଲୋକ ଭୁବନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ତାଙ୍କୁ ଚିକିତ୍ସା କରିବା ପୂର୍ବରୁ କୁନି ମୃତ୍ୟୁ ହୋଇଥିବା ଜଣାପଡିଛି ।

ଧବଳେଶ୍ୱରଙ୍କର ଦୁଇଟି ଝିଅ । ବଡ ଝିଅ କୋରାପୁତରେ ରହି ପାଠ ପଠୁଥିଲେ । ଅନ୍ୟ ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ ଗତ ଆଠଦିନ ପୂର୍ବରୁ ।ବୁଧବାର ଫେସବୁକରେ ଝିଆର ବିବାହ ଫଟୋ ଦେଖିବା ପରେ ମା କୋହ ସମ୍ଭାଳି ପାରିନଥିଲେ । ଘର ଲୋକ ବହୁ ବୁଝାବୁଝି କରିବା ପରେ ମଧ୍ୟ ବୁଝିନଥରଲେ । ଅପରାହ୍ନ ପ୍ରାୟ ୪ଟା ସମୟରେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ସୂତ୍ରରୁ ପ୍ରକାଶ । ତେବେ ଭୁବନ ଡାକ୍ତରଖାନା ପକ୍ଷରୁ ଏନେଇ ପୋଲିସକୁ ଖବର ଦିଆଯାଇଛି ।

new life
You might also like
error: Content is protected !!