News
WhatsApp Image 2023-10-04 at 17.25.00
samparksetu

ଦେବଗଣ ଗାଁ ରେ ଜଳକଷ୍ଟ

ଗାଁରେ ଥମିନି ଜଳକଷ୍ଟ । ସୋଲାର ପାଣି ପମ୍ପ ବସିଛି , ବ୍ୟବସ୍ଥା ଅଛି କିନ୍ତୁ ଆସୁନି ପାଣି । ଗାଁରେ ଅଛି ୨ଟି ନଳକୂପ କିନ୍ତୁ ସେଥି ମଧ୍ୟରୁ ଗୋଟେ ଅଚଳ । ଏଭଳି ଚିତ୍ର ଦେଖିବାକୁ ମିଳିଛି , ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଦେବଗଣ ଗାଁ ରେ ।ବସୁଧା ଯୋଜନାରେ ଗାଁ କୁ ପାଇପ ଲାଇନ ଆସିଛି କିନ୍ତୁ ଘରେ ସଂଯୋଗ ନାହିଁ ।

ଗୋଟେ ନଳକୂପ ରେ ଲମ୍ବା ଧାଡି ଲାଗେ , ଏ ସମ୍ପର୍କରେ ସରପଞ୍ଚ ଙ୍କ ଠାରୁ ପ୍ରଶାସନ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ତେବେ ଗ୍ରାମବାସୀ ଏ ନେଇ ଉପ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି ।

new life
You might also like
error: Content is protected !!