News
WhatsApp Image 2023-10-04 at 17.25.00
samparksetu

ଐତିହାସିକ ଅନନ୍ତ ଶୟନ ଙ୍କ ମୂର୍ତ୍ତି ର ସୁରକ୍ଷା ଦାବି

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ ସରାଙ୍ଗ ଗ୍ରାମ ବ୍ରାହ୍ମଣୀ ନଦୀକୂଳରେ ଥିବା ଐତିହାସିକ ଅନନ୍ତ ଶୟନ ଙ୍କ ମୂର୍ତ୍ତି ଏବେ ନିଜର ଅସ୍ତିତ୍ବ ହଜାଇବାକୁ ବସିଲାଣି ।

ଏହି ମୂର୍ତ୍ତି ଟି ଏସିଆ ମହାଦେଶର ସର୍ବ ବୃହତ୍ତମ ବିଷ୍ଣୁ ମୂର୍ତ୍ତି ଭାବରେ ମାନ୍ୟତା ପାଇଛି । କିନ୍ତୁ କିଛି ଦୁଷ୍ଟ ପ୍ରକୃତର ଲୋକ ଏହି ମୂର୍ତ୍ତି ନିକଟରେ ବାରମ୍ବାର ଡିନାମାଇଟ ବିସ୍ଫୋରଣ କ୍ରାଇ ମାଛ ଧରୁଥିବାର ଅଭିଯୋଗ ହେଉଛି ।

ଏହି ବିସ୍ଫୋରଣ ଶବ୍ଦରେ ଏହି ମୂର୍ତ୍ତି ଉପରେ ଫାଟ ସୃଷ୍ଟି ହେଲାଣି । ମୂର୍ତ୍ତିଟିର ନାକ ଟି ଭାଙ୍ଗି ଯିବାରୁ ତାହା ପୁନର୍ବାର ମରାମତି ହୋଇଛି । କିନ୍ତୁ ଏହି ମୂର୍ତ୍ତି ର ସୁରକ୍ଷା ପ୍ରତି ଦୃଷ୍ଟି ନଦେଲେ ବିସ୍ଫୋରଣ ରେ ମୂର୍ତ୍ତି ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ।

ତେବେ ଏହି ମୂର୍ତ୍ତି ର ସୁରକ୍ଷା ଉପରେ ଧ୍ୟାନ ଦେବାକୁ ଅନନ୍ତ ଶୟନ କମିଟି ପକ୍ଷରୁ ଦାବି ହୋଇଛି ।

new life
You might also like
error: Content is protected !!