ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜା ଙ୍କ ପରଜଙ୍ଗ ତହସିଲ କାର୍ଯ୍ୟାଳୟ ଠାରେ ଆମରଣ ଅନଶନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଆଖୁଆପାଳ ପଞ୍ଚାୟତର ଭେଜିଆ କଲୋନୀ ନଂ ୩ ଓ ୪ ପ୍ରଜାମାନେ ଓ ସମାଜସେବୀ ଦିଲୀପ କୁମାର ନାଥ ଙ୍କ ନେତୃତ୍ୱ ରେ ପ୍ରତିବାଦ କରିଥିଲେ । ଶତାଧିକ ମହିଳା ଓ ପୁରୁଷ ବିସ୍ଥାପିତ ପ୍ରଜା ପରଜଙ୍ଗ ତହସିଲ କାର୍ଯ୍ୟାଳୟ ଠାରେ ଭଜନ କୀର୍ତ୍ତନ ସହ ହୋମ ଯଜ୍ଞ ର ନିଆରା ଢଙ୍ଗରେ ଆମରଣ ଅନଶନ ପ୍ରତିବାଦ କରିଥିଲେ ।
ପୂର୍ବରୁ ତିନି ଶହ ପ୍ରଜା ଙ୍କ ସମେତ ଦିଲୀପ ନାଥ ଙ୍କର ଏକ ପଦ ଯାତ୍ରା କରି ଦଦରାଘାଟି ଡ୍ୟାମ ରେ ଜଳ ସମାଧି ହୋଇ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ । ପ୍ରତିବାଦ କୁ ନେଇ ସ୍ଥାନୀୟ ଗେଙ୍ଗୁଟିଆ ରାଜସ୍ବ ନୀରିକ୍ଷକ ଅଧିକାରୀ ଓ ପରଜଙ୍ଗ ତହସିଲ ସୁପରଭାଇଜର ପହଞ୍ଚି ଦାବି ପତ୍ର ଗ୍ରହଣ କରି ଦାବି ଗୁଡ଼ିକ କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ଭଳି ରହିଗଲା ।
ସେଥି ପାଇଁ ପୁନର୍ବାର ପ୍ରତିବାଦରେ ବିସ୍ଥାପିତ ପ୍ରଜା ଙ୍କ ଉପରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରାଯାଉ ଓ ସ୍ଥାୟୀ ଜମି , ଘର ଡିହ ପଟ୍ଟା ଓ ଭେଜିଆ କଲୋନୀ ନମ୍ବର ୩ ଓ ୪ ପଡା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଉ ଏନେଇ ଆଜି ଅଭିନବ ଉପାୟରେ ତହସିଲ କାର୍ଯ୍ୟାଳୟରେ ସମ୍ମୁଖରେ ପ୍ରତିବାଦ ହୋଇଥିଲା ଓ ବିସ୍ଥାପିତ ମାନଙ୍କୁ ଲାଗି ସଂରକ୍ଷିତ ଥିବା ସରକାରୀ ଜମି ଯାହା ଲିଜ୍ ସୂତ୍ରରେ ଦିଆଯାଇ ଅଛି ସେହି ଲିଜକୁ ଖାରଜ କରାଯାଉ, ସ୍ଥାୟୀ ସମାଧାନ କରାଯାଉ ବୋଲି ଦିଲୀପ କୁମାର ନାଥ ପ୍ରତିବାଦ ରେ କହିଥିଲେ। ଦୀର୍ଘ ଘଣ୍ଟା ଧରି ଲୋକେ ବସିରହିଥିଲେ ମଧ୍ୟ କୌଣସି ପ୍ରଶାସନ ପଦାଧିକାରୀ ପ୍ରତିବାଦ କାରୀଙ୍କ ନିକଟ କୁ ଆସିନଥିଲେ ।
ଯେ ପର୍ଯ୍ୟନ୍ତ ଆନ୍ଦୋଳନ କାରୀଙ୍କ ଦାବି ଗୁଡ଼ିକ ପ୍ରଶାସନ ନବୁଝିଛି ସେ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ଶ୍ରୀ ନାଥ କହିଛନ୍ତି । ପରଜଙ୍ଗ ତହସିଲଦାର ଶ୍ରୀଯୁକ୍ତ ଖଗେଶ୍ବର ପାତ୍ର କହିଛନ୍ତି କି ସମାଧାନ ନିମନ୍ତେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଚାଲିଛି । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ କୈାଣସି ସମସ୍ୟା ର ସମାଧାନ ହୋଇନଥିଲା ।