News
WhatsApp Image 2023-10-04 at 17.25.00
samparksetu

୫ ବର୍ଷ ହେଲା ଛିଡୁନି ଭାଇ ଭାଗ ,ଭାଇ ଭାଙ୍ଗିଲା ଭାଇର ଘର ; ଥାନାରେ ଏତଲା

ଭୁବନ ଏନଏସି ବଣିଆ ସାହି ୱାର୍ଡ ନଂ ୧୧ ରେ ଦୁଇଭାଇଙ୍କ ମଧ୍ୟରେ ଘରବାଡିକୁ ନେଇ କଳି ଉଗ୍ରରୂପ ନେଇଛି । ବଡଭାଇର ସଂର୍ପକୀୟ ମାନେ ଡ୍ରିଲ ମେସିନ ସାହାର୍ଯ୍ୟରେ ସାନଭାଇ ଘରର ଦ୍ୱାରା ଦିଆଯାଇଥିବା କାନ୍ଥ ଭାଙ୍ଗିଦେଇଥିବା ନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ବ୍ୟସ୍ତ ବହୁଳ ଅଚଂଳ ବଣିଆସାହିରେ କାର୍ତିକମାସର ଭାଗବତ ପାରାୟଣ ଚାଲୁଥିବା ସମୟରେ ପୂର୍ବାହ୍ନରେ ପ୍ରାୟ ୧୧.୧୫ ବଣିଆସାହିର ସନ୍ଧ୍ୟାରାଣି ପାତ୍ର ଘରେ ଥିଲେ । ହଠାତ ୫/୬ଜଣ ବ୍ୟକ୍ତି ଘର ଭିତରୁ ପଶି ଆସିଲେ ଗାଳି ଗୁଲଜ କଲେ ଘର ଭାଙ୍ଗିବାକୁ ଧମକାଇଲେ । ପାଟି ଶୁଣି ତାଙ୍କ ସ୍ୱାମୀ ଘରୁ ବାହାରକୁ ଆସିବାରୁ ତାଙ୍କୁ ଧକ୍କାମାରି ତଳେ ପକାଇ ଦେବା ସହ ତାଲ ପକାଇ ଦେଇଥିଲେ । ଘରର କାନ୍ଥ ଗୁଡିକୁ ଡ୍ରିଲ ମେସିନ ସାହାର୍ଯ୍ୟରେ ଭାଙ୍ଗି ଦେଇଥିବା ଲିଖିତ ଅଭିଯୋଗ ହୋଇଛି ।

ସନ୍ଧ୍ୟାଙ୍କ ସ୍ୱାମୀ ତପନ ପାତ୍ର ପେଶାରେ ଜଣେ ଟ୍ୟୁସନ ଶିକ୍ଷକ ହୋଇଥିବା ବେଳେ ତାଙ୍କ ଭାଇ ଜୀବନବିମା ଏଜେ , ଭାଉଜ ମଧ୍ୟ ଅଙ୍ଗନୱାଡି କର୍ମୀ ଭାବେ କାମ କରନ୍ତି । ପୈତୃକ ସଂପତିକୁ ନେଇ ଘରର ଅନ୍ୟ ଭାଇ ମାନଙ୍କ ସହିତ ମଧ୍ୟ ଦୀର୍ଘ ପାଚଂ ବର୍ଷ ହେଲା କଳି ଚାଲିଛି । ପାଚଂ ବର୍ଷ ମଧ୍ୟରେ ବହୁ ଥର ରାଜିନାମା ମଧ୍ୟ ହୋଇଛି । ସ୍ଥାନୀୟ ଭଦ୍ରଲୋକ ବି ସମାଧାନ କରିବାକୁ ଯାଇ ବହୁ ବାର ଫେଲ ହୋଇଛନ୍ତି ।

ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେଲା କଳି ଚାଲିଛି । ବଡ ଭାଇ ମହେନ୍ଦ୍ର ପାତ୍ର ତାଙ୍କ ଶଳା କେନ୍ଦ୍ରାପଡା ବାସିନ୍ଦା ବାବୁନା ପ୍ରଧାନ , ବାୟା ପ୍ରଧାନଙ୍କ ସମେତ ଅନ୍ୟ ତିନି ଜଣ ଜୋର ଜବରଦସ୍ତ ଘରଭାଙ୍ଗିଥିବା ଏତଲାରେ ଦର୍ଶାଯାଇଛି । ଘର ଭାଙ୍ଗିବା ପରେ ବଡଭାଇଙ୍କ ପରିବାର ଭୁବନରେ ନଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

new life
You might also like
error: Content is protected !!