ପବିତ୍ର ପଞ୍ଚୁକ ବ୍ରତ ପାଇଁ ଉତ୍ସବମୁଖର ହୋଇ ଉଠିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଧୀନସ୍ଥ ସାନ୍ଦା ନିକଟସ୍ଥ ବାଲିପଶି ଗ୍ରାମ ମଙ୍ଗଳା ମନ୍ଦିର, ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମନ୍ଦିରରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପାଇଁ ଗ୍ରାମ ସଭାପତି ପ୍ରଦୀପ ସାହୁ,ସମ୍ପାଦକ ସୋରଜ୍ ସାହୁ ଓ ସନ୍ତୋଷ ସାହୁ,ବଟକୃଷ୍ଣ ବାରିକ,ବ୍ରଜବନ୍ଧୁ ବାରିକ ପକ୍ଷରୁ ନିୟମ ଜାରି କରାଯାଇଛି।
ସେହିପରି ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ କୋଭିଡ କଟକଣା ପାଳନ କରିବା ସହ ମାକ୍ସ ପରିଧାନ କରି କଳସ ଯାତ୍ରା କରିବା ପାଇଁ ପରାମର୍ଶ ଦିଆଯାଇଛି।ଏଥି ସହିତ ମନ୍ଦିର ପକ୍ଷରୁ ସ୍ବତନ୍ତ୍ର ବ୍ଯବସ୍ଥାମାନ କରାଯାଇଛି। ପଞ୍ଚ°କବ୍ରତ ଠାରୁ ରାହାସ ପୂର୍ଣ୍ଣିମା ୫ଦିନ ପର୍ଯ୍ୟନ୍ତ ଶାନ୍ଦା ଜୋର ଠାରୁ କଳସ ଯାତ୍ରା କରି ବାଲିପଶୀ ମଙ୍ଗଳା ମନ୍ଦିରରେ ନିତିକାନ୍ତି ସହ ମା ମଙ୍ଗଳାଙ୍କ ଆଳତୀ, ଘର୍ଷଣଲାଗି, ସରିବା ପରେ ଓ ପଞ୍ଚାନନ ବେଶରେ ସଜ୍ଜିତ କରାଯିବ।
ତାସହ ଦୈନନ୍ଦିନ ନୀତିକାନ୍ତି ସହ ପଞ୍ଚୁକ ନୀତି ନିମନ୍ତେ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପାରାୟଣ ଓ ପଠନ, ହରିହର ଭେଟ, ଦ୍ବାରପାଳ ପୂଜା ଅନୁଷ୍ଠିତ ହୋଇଛି ।