ଢେଙ୍କାନାଳ କଲୋନୀ ସାହିର ଶିଶୁ ପର୍ଣ୍ଣ ଭିଡିଓ ଘଟଣାରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଏହାକୁ ନେଇ ସିବିଆଇ ଦଳ ଉପରେ ସ୍ଥାନୀୟ ଅଞ୍ଚଳବାସୀ ଆକ୍ରମଣ କରିଥିଲେ। ଏହା ପରେ କଲୋନୀ ସାହିରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ପୋlଲିସ ଭୟରେ ଅନେଜ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ଜଣା ପଡ଼ିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ସୁରେନ୍ଦ୍ର ନାଏକ କୁ ଗିରଫ କରାଯାଇ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ନିଆଯାଇଛି । ଏହି ଘଟଣାରେ ତାଙ୍କର ୪ଜଣ ସହଯୋଗୀ ଥିବା ଜଣାପଡ଼ିଥିବା ବେଳେ ତାଙ୍କୁ ଖୋଜା ଚାଲିଛି ।