ଭୁବନ ବୁଦ୍ଧେଶ୍ୱର ର ଦକ୍ଷିଣ ଦିଗରେ ବ୍ରାହ୍ମଣୀ ନଦୀର ସୁଲେଇପାଳ ଘାଟରେ ଡଙ୍ଗାଭାସାଇବା ବେଳେ ଭାସିଯାଇଥିଲେ ଲତାବିଲ ସାହିର ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ଓରଫ ରଶ୍ମି ରଂଜନ ନାୟଖ (୧୩) । ଶନିବାର ଦିନ ପୂର୍ବାହ୍ନରେ ରୋହନ ପାଠପଢୁଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣଙ୍ଗା ଶିକ୍ଷାକେନ୍ଦ୍ର ଠାରେ ବଡଭାଇ ଦୀନବନ୍ଧୁ ବେହେରାଙ୍କ ଅଧକ୍ଷତାରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ କାଳୀବଜାର ବାଜିରାଉତଙ୍କ ପ୍ରତିମୂର୍ତ୍ତି ନିକଟରେ ମହମବତୀ ଜାଳି ଶୋକ ସଭା ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିଲା ।