ମନ ଏକ ଅତିଥିର ଶାଳା
ଏଠି ସବୁ ଅତିଥି
ମନ ଏକ ଅତିଥିର ଶାଳା
ଏଠି ସବୁ ଅତିଥି
ଆଉ ବୟସ …………
ବୟସ ଏକ ସମୟ ପରି
ସବୁ ଦେଖି ଚାଲୁ ଥାଏ
ଅପେକ୍ଷା ନକରି ,
ଅତୀତ ଏକ ପାନ୍ଥଶାଳା
ଅତୀତ ଏକ ପାନ୍ଥଶାଳା……..
ସ୍ମୁତି ର ସହରରେ
ଆଉ ସମ୍ପର୍କ …………
ସମ୍ପର୍କ ଏଠି
ସ୍ୱାର୍ଥ ସାଥେ
ସାଥି ହୋଇ ବୁଲେ
ନିତି ଦିନିଆ ବଜ଼ାରରେ , (୨)
କେବେ ଅତିଥି ଶାଳା ରେ
ମନ ଆସି ବସେ
ପାନ୍ଥଶାଳା ରେ ବସେ
ଅତୀତର ଛବି
ଆଉ ନୂଆ ସମ୍ପର୍କ …………
ନୂଆ ସମ୍ପର୍କଟି ମୁରୁକି ହସେ
ସ୍ୱାର୍ଥପର ଏ
ସ୍ମୁତି ସାଥେ ଆସି ,
ମନ ଏକ ଅତିଥିର ଶାଳା
ମନ ଏକ ଅତିଥିର ଶାଳା
କେବେ ଗୁନ୍ଥେ
କେବେ ଛିଡେ
ଏଠି ସମ୍ପର୍କର ମାଳା ,
ମନ ଏକ ଅତିଥି ଶାଳା
ଏକ ଅତିଥିର ଶାଳା ……….