News
WhatsApp Image 2023-10-04 at 17.25.00
samparksetu

ସରକାରୀ ସହାୟତା ଅପେକ୍ଷାରେ ରହି ଜୀବନ ସହ ସଗ୍ରାମ କରୁଛନ୍ତି ନରହରି

ସରକାରୀ ସହାୟତା ଅପେକ୍ଷାରେ ନରହରି। ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅଧୀନରେ ଥିବା ମଠତେନ୍ତୁଳିଆ ପଞ୍ଚାୟତର ମଠତେନ୍ତୁଳିଆ ଗ୍ରାମର ନରହରୀ ପଲେଇ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଅଛନ୍ତି ତେଣୁ ଦୁଃଖ ରେ ଦିନ କାଟୁଛନ୍ତି ପରିବାର ।

ନରହରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ଵାସ୍ଥ୍ୟରେ କୋୖଣସି ଉର୍ଣ୍ଣତି ହେଉନାହିଁ । ବ୍ୟକ୍ତି ଜଣଙ୍କ ହେଉଛନ୍ତି ମଠତେନ୍ତୁଳିଆ ଗ୍ରାମର ନରହରି ପଲେଇ ଦୀର୍ଘ ୯ ମାସ ହେଲା ଯକ୍ଷ୍ମା ରୋଗର ପୀଡିତ ଅଛନ୍ତି । ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ପୁରୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରମ୍ବାର ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ ନରହରିଙ୍କ ଉପରେ ତାଙ୍କ ପରିବାର ନିର୍ଭର କରନ୍ତି, ଘରେ ତାଙ୍କର ୪ ଟି ଛୋଟ ଛୋଟ ପୁଅ ଝିଅ ଓ ତାଙ୍କ ସ୍ତ୍ରୀ ଥିବାବେଳେ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରନ୍ତି ,କିନ୍ତୁ ଏପରି ରୋଗରେ ଆକ୍ରନ୍ତ ହେଇ ୯ମାସ ହେଲା ଘରେ ପଡିରହିବା ପରେ ପରିବାର ଚଳାଇ ପାରୁନାହାନ୍ତି ନରହରୀ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି ।

ତାଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦିଆଯାଏ ତାହାଲେ ସେ ପୁଣି ଥରେ ସୁସ୍ଥ ହେଇ କାମ ଦାମ କରି ନିଜ ପିଲା ଛୁଆଙ୍କ ମୁହଁରେ ଦାନା ଯୋଗାଇ ଦେଇ ପାରିବେ ବୋଲି ସରକାରଙ୍କ ପାଖରେ ନିବେଦନ କରିଛନ୍ତି।

new life
You might also like
error: Content is protected !!