ତାଳଚେର-ଡୁବୁରୀ ଜାତୀୟ ରାଜପଥ ସଂପ୍ରସାରଣ ଚାଲିଥିବା ବେଳେ , ବହ୍ଲର ଛକ ଠାରୁ କାମାକ୍ଷାନଗର ପର୍ଯ୍ୟନ୍ତ କୁନାଲ ଷ୍ଟ୍ରକ୍ଚର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ ନାମକ ଏକ ଘରୋଇ କମ୍ପାନୀ ଉକ୍ତ କାର୍ଯ କରୁଥିବା ବେଳେ ଆଇନ ଉଲ୍ଲଂଘନ କରି ଜଙ୍ଗଲ ଜମି ରୁ ବେଆଇନ ମରମ ଓ ମାଟି ଉଠାଣ କରୁଥିବା ନେଇ ତାଳଚେର ଅଞ୍ଚଳର ସମାଜିକର୍ମୀ ଶାନ୍ତନୁ କୁମାର ଭୁକ୍ତା ଜାତୀୟ ସବୁଜ ପ୍ରାଧିକରଣ ନିକଟରେ ଫେରାଦ ହୋଇଥିଲେ।
ଏନ୍ ଜି ଟି ମାମଲା ନମ୍ବର ୧୧୦/୨୦୨୦, ଗତ ୧୨ ନଭେମ୍ବର ୨୦୨୧ ତାରିଖରେ ଢେଙ୍କାନାଳ ଜିଲ୍ଲାପାଳ ଓ ବନବିଭାଗ କୁ ଜଙ୍ଗଲ କିସମ ରୁ ବେଆଇନ ମରମ ଉଠାଣ ର ସଠିକ୍ ଭାବରେ ଆକଳନ କରାଯାଇନଥିବା କହିଥିବା ବେଳେ , ପୁନଶ୍ଚ କମିଟି ଏହାକୁ ଅନୁଧ୍ୟାନ କରି ଜଙ୍ଗଲ ଓ ପରିବେଶ ର କ୍ଷୟକ୍ଷତି ଆକଳନ କରି ଏହାର ସତ୍ୟପାଠ ଆସନ୍ତା ୨୪/୧୨/୨୦୨୧ ତାରିଖ ମଧ୍ୟରେ ଦାଖଲ ନିମନ୍ତେ ମାନ୍ୟବର ଟ୍ରିବ୍ୟୁନାଲ ବିଚାରପତି ଜଷ୍ଟିସ ବି.ଅମିତ ସାଲେଟକର ଓ ସଈବାଳ ଦାସଗୁପ୍ତା ନିର୍ଦ୍ଦେଶ ଦେଇଛନ୍ତି ।
ବେଆଇନ ମରମ ଚାଲାଣ କୁ ନେଇ ଜାତୀୟ ସବୁଜ ପ୍ରାଧିକରଣ ନିକଟରେ ମାମଲା ଚାଲିଥିବା ବେଳେ, ଏହାକୁ ଖାତିରି ନକରି ଉକ୍ତ ଠିକା କମ୍ପାନୀ ଡିସେମ୍ବର ମାସ ଠାରୁ ଆଜି ପର୍ଯ୍ୟନ୍ତ ପରଜଙ୍ଗ ତହସିଲ ଅନ୍ତର୍ଗତ ଗେଙ୍ଗୁଟିଆ,ଖାଳପାଳ,ପିତିରି ଜଙ୍ଗଲ ଓ ଅଣ ଜଙ୍ଗଲ ଜମିରୁ ବିଭିନ୍ନ ସମୟରେ ତହସିଲ ପ୍ରଶାସନ କୁ ହାତରେ କରି ବେଆଇନ ଭାବେ ମରମ ଚାଲାଣ ଚାଲୁରଖିଛି , ଏନେଇ ବରିଷ୍ଠ ପରିବେଶବିତ୍ ତଥା ଆଇନଜୀବୀ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ପାଣି ଆବେଦନକାରୀ ପକ୍ଷରୁ ନ୍ୟାୟଧିଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ , ଏନେଇ ଆଉ ଗୋଟିଏ ମାମଲା ରୁଜୁ କରିବା ନିମନ୍ତେ ମାନ୍ୟବର କୋର୍ଟ ମତ ପ୍ରକାଶ କରିଛନ୍ତି ।