ରେଙ୍ଗାଳି ବାମ ମୁଖ୍ୟ କେନାଲର ପଏଣ୍ଟ ଜିରୋକୁ ସଂଯୋଗ କରୁଥିବା ଡମଶାଳ କେନାଲରେ ଗୋଟିଏ ଷଣ୍ଢ ଖସିପଡିଥିଲା । କେନାଲର ଗଭୀରତା ଅଧିକ ଥିବାରୁ ଷଣ୍ଢକୁ ଉଦ୍ଧାର କରାଯାଇ ପାରିନଥିଲା ।
କିନ୍ତୁ କୃଷ୍ଣପୁର ଗ୍ରାମର ତୁଳସୀ ମହାନ୍ତ ସହାସର ସହ ଷଣ୍ଢକୁ ଚତୁରତାର ସହ ବାନ୍ଧି ଦେଇଥିଲେ । ନଚେତ ଷଣ୍ଢଟି ବାମ ମୁଖ୍ୟ କେନାଲ ର ଭିତରେ ପଶିଯିବାର ଭୟ ଥିଲା । ଏହି ଭୟକୁ ଆଖିଆଗରେ ରଖି ଷଣ୍ଢକୁ ଏକ ଦଉଡିରେ ବାନ୍ଧିଦେଇ ଅଟକାଇଥିଲେ । ପରେ ଦମକଳବାହିନୀକୁ ଖବର ଦେଇଥିଲେ । ଭୁବନରୁ ଦମକଳ ବାହିନୀ ପହଁଚି ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା ।