News
WhatsApp Image 2023-10-04 at 17.25.00
samparksetu

ଜିଆରଏସଙ୍କ ନାଁରେ ଅଭିଯୋଗ ଆଣିଲେ ସରପଞ୍ଚ

ପରଜଙ୍ଗ ବ୍ଳକ ଜୟପରାକାଟେଣୀ ପଞ୍ଚାୟତର ଜିଆରଏସ ଙ୍କ ନାମରେ ପୁଣି ଅଭିଯୋଗ ହୋଇଛି । ଏଥର ଅଭିଯୋଗ କରିଛନ୍ତି ସ୍ଥାନୀୟ ସେପଞ୍ଚ ରୋଜାଲିନ କାଣ୍ଡି । ସେ କହିଛନ୍ତି ଯେ , ପଞ୍ଚାୟତରେ ହେଉଥିବା କାର୍ଯ୍ୟ ତାଙ୍କ ବିନା ଅନୁମତିରେ କରାଯାଉଛି ।

ଖାସ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶ୍ରମିକ ଟଙ୍କା ସେ ହେରଫେର କରି ଟଙ୍କା ବାଟ ମାରଣା କରୁଛନ୍ତି । ସରପଞ୍ଚ ଙ୍କୁ ଅଣଦେଖା କରି ବିନା ଅନୁମତିରେ ମନରେଗା କାର୍ଯ୍ୟରେ ଠିକାଦାରଙ୍କୁ ହାତରେ ରଖି ପଇସା ହାତଉଥିବାର ଅଭିଯୋଗ କରିଛନ୍ତି ସରପଞ୍ଚ । ପୂର୍ବରୁ ଶ୍ରମିକ ଟଙ୍କା ହଡ଼ପ କରିଥିବା ନେଇ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ।

ବ୍ଳକ୍ ଅଧିକାରୀ ବିନୋଦ ବିହେରା କହିଛନ୍ତି କି ତଦନ୍ତ ପରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ । ଆଗରୁ ମଧ୍ୟ କାମକ୍ଷ।ନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଯଦି ଗ୍ରାମ ରୋଜଗାର ସେବକଙ୍କ ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାନଯାଏ , ତେବେ ଆଗାମୀ ଦିନରେ ଗ୍ରାମବାସୀ ଙ୍କ ସହିତ ବ୍ଳକ କାର୍ଯ୍ୟ।ଳୟ ଠାରେ ଆନ୍ଦୋଳନ କରିବେ ବୋଲି ସରପଞ୍ଚ କହିଛନ୍ତି ।

new life
You might also like
error: Content is protected !!