ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାପ ର ସୁରପ୍ରତାପ ରାଜକିଶୋରପୁର ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି । ଉକ୍ତ ଗ୍ରାମର ରାମ କୃଷ୍ଣ ପଣ୍ଡା ଙ୍କର ପୁଅ ଗଣେଶ୍ୱର ପଣ୍ଡା (୩୫)ନିଜ ଘରେ ବସିଥିବା ବେଳେ,ସେହି ଗ୍ରାମର ନୀଳମଣି ବେହେରା (କାଳିଆ )ଗୁରୁବାର ସନ୍ଧ୍ୟା ସମୟରେ ଏକ ଧାରୁଆ ଖଣ୍ଡା ଧରି ଗଣେଶ୍ୱର ର ଘରେ ପଶି ଡାହାଣ ହାତକୁ ହାଣି ଦେବାରୁ ତାଙ୍କ ପାପୁଲି ଅଲଗା ହୋଇଯାଇଛି ।
ତାଙ୍କୁ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲ କୁ ଚିକିତ୍ସା ନିମନ୍ତେ ପଠାଯାଇଛି । ନୀଳମଣି ଜଣେ ରାଜ ମିସ୍ତ୍ରୀ ଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବାର ସୂଚନା ।