କାମାକ୍ଷାନଗର ରେଞ୍ଜ ଅଁଳାବେରେଣୀ ବନଖଣ୍ଡ ଅଧିନ ପାରିମାଳ ଅଞ୍ଚଳରେ ତିନି ଦିନ ହେଲା ୫୦ ଟିକିଆ ହାତୀ ପଲ ଉପଦ୍ରବ କରୁଛନ୍ତି। ହାତୀ ଘଉଡ଼ାଇବାକୁ ଥିବା ସ୍କ୍ୱାର୍ଡ ଜଗି ରହିଥିବା ସ୍ଥଳେ ମଧ୍ୟ କୁହୁଡି ଯୋଗୁଁ ତଡିବା ସମ୍ଭବ ହେଉନାହିଁ।
ଆଜି ପାହାନ୍ତିଆ ସମୟରେ ଏହି ହାତୀ ପଲ ଦ୍ଵାରା ତୁମୁସିଙ୍ଗା ପଞ୍ଚାୟତ ଶ୍ରୀମୂଳା ଗାଁର ୨୫ ଏକର ଧାନ ସହ ପରିବା ଫସଲ କଣ୍ଟାପାଳ ପଞ୍ଚାୟତ ର କଣ୍ଟାପାଳ ଗାଁର ୪ ଏକର ପାଚିଲା ଧାନ କ୍ଷେତ ଉଜାଡି ଦେଇଛନ୍ତି।
ଶ୍ରୀମୂଳା ଗାଁ ର ପ୍ରଫୁଲ୍ଲ ସାହୁଙ୍କ ୫ ଗୁଣ୍ଠ ଧାନ ଓ ୫ଗୁଣ୍ଠ କାକୁଡି ବାଡି, ବାବୁଲା ସାହୁଙ୍କ ୧୫ ଗୁଣ୍ଠ, ବିମଳ ବେହେରା ୧୨ ଗୁଣ୍ଠ, ବ୍ରଜବିହାରୀ ସାହୁ ୨.୫ଏକର, ଟଙ୍କଧର ୨ଏକର, ବଗା ବେହେରା ୮ ଗୁଣ୍ଠ, ହେମନ୍ତ ବେହେରା ୭ ଗୁଣ୍ଠ, ଲୋକନାଥ ୭ ଗୁଣ୍ଠ, ଅରୂପା ସାହୁ ୧୧ଗୁଣ୍ଠ, ସୁଜିତ ସାହୁ ୧୬ ଗୁଣ୍ଠ, ଯୁଧିଷ୍ଠିର ସାହୁ ୭ଗୁଣ୍ଠ, ଅପସରା ସାହୁ ୭ ଗୁଣ୍ଠ ସେହିପରି କଣ୍ଟାପାଳର ଛକଡି ଦେହୁରୀ ୪ ଏକର କେଶବ ବେହେରାଙ୍କ ୩ଏକର ଧାନଚାଷ ନିଜସ୍ଵ ଜମି ହୋଇଥିଲା ବେଳେ ବାକି ଜମି ଭାଗ ଚାଷୀ କରିଛନ୍ତି।
ବହୁତ ଧାନ ଫସଲ ପରିବା ଚାଷ ନଷ୍ଟ ହୋଇଥିବା ବେଳେ ବସ୍ତାରେ ଥିବା ଧାନକୁ ଦଳି ଚକଟି ନଷ୍ଟ କରିଛନ୍ତି ଲୋକ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଶ୍ରୀମୂଳା ଗାଁ ର ବାଉତି ମାଆଙ୍କ ମନ୍ଦିରର ଘୋଡ଼ା ଓ ଗଛ ନଷ୍ଟ କରି ଦେଇଛନ୍ତି।