News
WhatsApp Image 2023-10-04 at 17.25.00
samparksetu

ଉଦ୍ୟାନ ବିଭାଗ ଯୋଗାଇଲା ୨୫ଟନ ଆଳୁ ବିହନ

ଭୁବନ ବ୍ଲକ ଉଦ୍ୟାନ ବିଭାଗ ଜରିଆରେ ୧୮ ପଚାଂୟତ ଓ ବିଜ୍ଞାପିତ ଅଚଂଳ ପରିଷଦର ଚାଷୀ ମାନଙ୍କୁ ୨୫ଟନ ଆଳୁ ବିହନ ଯୋଗାଇ ଦେଇଥିବା ଜଣାଯାଇଛି । ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ତିନିଦିନ ଧରି ଆଳୁ ଯୋଗାଣ କାର୍ଯ୍ୟ ଚାଲୁ ରହିଛି ।

ବ୍ରାହ୍ମଣୀ ନଦୀ ଓ ତାର ଉପନଦୀ ରାମିଆଳ , ଡମଶାଳ , ଗୋହିରା, ରଙ୍ଗମାଟିଆ , ପାଣ୍ଡରା, ଧନେଇ, ରଗଡି ନାଳ କୂଳରେ ଶୀତ ଦିନିଆ ଫସଲ ଆଳୁ ଚାଷ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟାନ ବିଭାଗ ଦ୍ୱାରା କେଜି ପ୍‌ରତି ୨୫ପ୍ରତିଶତ ଅର୍ଥ ଅର୍ଥାତ ୧୦ଟଙ୍କା ଦରରେ ଚାଷୀ ମାନଙ୍କୁ ଯୋଗାଇଦିଆଯାଉଛି ।ବିହନ ଆଳୁର କେଜି ପ୍ରତିଦର ରହିଛି ୪୦ ଟଙ୍କା । ସେହିପରି ପିଆଜ ମଂଜି ମଧ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି । ଚାଷ କରିଥିବା ଚାଷୀ ଙ୍କୁ ଜମିର ଜିଓ ଟ୍ୟାଙ୍ଗି ପରେ ସବସିଡି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିବା ଜଣାଯାଇଛି । ବନ ଉତ୍ସବରେ ଭୁବନ କୃଷକ ସମାଜର ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ମଳୟ କୁମାର ତ୍ରୀପାଠୀ ଉପସ୍ଥିତ ଥିଲେ ।

new life
You might also like
error: Content is protected !!