ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମୁଣ୍ଡଳୀ କାରଖାନା (ଟିଏସ୍ଏମ୍) କୁ କାଷ୍ଟିଂ ଓ ଫୋର୍ଜିଂ କାର୍ଯ୍ୟ ପ୍ରଣାଳୀ ବର୍ଗରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ (ଆଇଆଇଏମ୍) ନେସନାଲ ସଷ୍ଟେନେବିଲିଟି ପୁରସ୍କାର: ଲୌହ ଓ ଇସ୍ପାତ ୨୦୨୧ ରେ ସମ୍ମାନିତ କରଯାଇଛି ।
ଟିଏସ୍ଏମ୍ ଅପରେସନ୍ ବିଭାଗ ଭାଇସ ପ୍ରେସିଡେ ଶ୍ରୀ ସୁବୋଧ ପାଣ୍ଡେ ଜାମସେଦପୁର ଆଇଆଇଏମ୍ ଓ କୋଲକାତା କ୍ଷେତ୍ର ଏବଂ ଟାଟା ଷ୍ଟିଲ ଲିମିଟେଡ଼ ପକ୍ଷରୁ ଭର୍ଚୁଆଲ ମଂଚରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ପୁରସ୍କାର ନିଜ କାର୍ଯ୍ୟକ୍ଷେତ୍ରର ପ୍ରତ୍ୟେକ ବିଭାଗରେ ଗୁଣବତା ଓ ଉତ୍କର୍ଷତା ପାଇଁ ଟିଏସ୍ଏମ୍ର ପ୍ରତିଶ୍ରୁତିବଦ୍ଧତାକୁ ପ୍ରତିଫଳିତ କରୁଛି ।
ଏହି ଅବସରରେ ଇସ୍ପାତ ମନ୍ତ୍ରାଳୟ ସଚିବ ଶ୍ରୀ ପ୍ରଦୀପ କୁମାର ତ୍ରୀପାଠୀଙ୍କ ସହିତ ସିଓସି ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ପାଠକ, ଇସ୍ପାତ ମନ୍ତ୍ରାଳୟର ଅତିରିକ୍ତ ସଚିବ ଶ୍ରୀମତି ରସିକା ଚୌବେ, ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ତଥା ଆଇଆଇଏମ୍ର ସଭାପତି ଶ୍ରୀ ଟି ଭି ନରେନ୍ଦ୍ରନ, ଆଇଆଇଏମ୍ର ଭାଇସ ପ୍ରେସିଡେ ଶ୍ରୀ ଏସ୍ ଭି କାମତ, ସିଓସି, ଆଇଆଇଏମ୍ ଏଟିଏମ୍ ୨୦୨୧ର ଆବାହକ ଶ୍ରୀ ତନ୍ମୟ ଭଟ୍ଟାଚାର୍ଯ୍ୟ ଏବଂ ଆଇଆଇଏମ୍ର ସାଧାରଣ ସମ୍ପାଦକ ଶ୍ରୀ କୌଶଲ ଶାହା ପ୍ରମୁଖ ଉପସ୍ଥିତ ଥିଲେ ।
ଇସ୍ପାତ କ୍ଷେତ୍ରରେ ଗୁଣବତା ପରିଚାଳନା ଦିଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖ ଦିନ ‘ଜାତୀୟ ଧାତୁବିଜ୍ଞାନୀ ଦିବସ’ ଅବସରରେ ୧୯୯୧ ମସିହାରେ ଆଇଆଇଏମ୍ ଫେରୋସ ଡିଭିଜନ୍ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ‘ଜାତୀୟ ଧାତୁବିଜ୍ଞାନୀ ଦିବସ’ ଆର୍ଥିକ ବିକାଶ ଓ ଶିଳ୍ପାୟନରେ ଧାତୁବିଜ୍ଞାନୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଏକ ସମ୍ମାନ ।