News
WhatsApp Image 2023-10-04 at 17.25.00
samparksetu

ପଦ୍ମପୋଖରୀ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ୧୫ ତମ ବାର୍ଷିକ ପଦ୍ମେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ବରିଷ୍ଟ ବିଜେପି ନେତା ବିଭୁତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଜେପିର ଟାଣୁଆ ନେତା ପ୍ରଶାନ୍ତ କୁମାର ଦଳବେହେରା ଯୋଗଦାନ କରିଥିଲେ ।

୧୬ ଗୋଟି ଟିମକୁ ଆରମ୍ଭ ହୋଇଥିବା ଏହି ୮ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚଟି କନ୍ତିଓ ପୁଟ ସାହି କ୍ରିକେଟ ଟିମ ସହିତ ତାଳଚେରର ଘଣ୍ଟାପଡ କ୍ରିକେଟ ଟିମ ମଧ୍ୟରେ ହୋଇଥିଲା । ପ୍ରଥମେ ଟସ୍ ଜିତି କନ୍ତିଓ ପୁଟ ସାହି ଟିମ ନିର୍ଦ୍ଧାରିତ ୧୫ ଓଭରରେ ୫ ୱିକେଟ ହରାଇ ୧୫୯ ରନ କରିଥିଲା ଜବାବରେ ଘଣ୍ଟପଡ଼ା କ୍ରିକେଟ ଟିମ ସମସ୍ତ ୱିକେଟ ହରାଇ ୧୦୨ ରନ କରି ପରାଜୟ ବରଣ କରିଥିଲା ।

୫୬ ରନ ରେ ବିଜୟ ହାସଲ କରିଥିଲା କନ୍ତିଓ ପୁଟ ସାହି , ମ୍ୟାନ ଅଫ ମ୍ୟାଚଶିଶିର କାନ୍ତ ଓ ମ୍ୟାନ ଅଫ ସିରିଜ ସିଙ୍ଗଲ ଦାସ , ଘଣ୍ଟପଡ଼ା ବିବେଚିତ ହୋଇଥିଲେ । ଏହି ମ୍ୟାଚକୁ ଆୟୋଜକ ପଦ୍ମେଶ୍ବର କ୍ରିକେଟ କ୍ଲବ ପକ୍ଷରୁ ବବୁଲୁ ସାହୁ ଓ ସୂଜିତି ସାହୁ ଖେଳ ପରିଚାଳନା କରିଥିଲେ । କ୍ଲବର ଭାଗିରଥି ମହାରଣା ,ଜିତେନ୍ଦ୍ର ପ୍ରଧାନ, ଜୀମୁତ ସ୍ୱାଇଁ, ବିରେନ୍ଦ୍ର ନାଗା ମହାରଣା , ପ୍ରଧାନ ପ୍ରମୁଖ ଖେଳରେ ସହଯୋଗ କରିଥିଲେ ।

new life
You might also like
error: Content is protected !!