News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲା ମୁକ୍ତ ଚେସ୍ ପ୍ରତିଯୋଗିତା ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଓପନ ଚେସ ପ୍ରତିଯୋଗିତା ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ଉଦଯାପିତ ହୋଇଯାଇଛି । ସଂଧ୍ୟା ୬ ଘଟିକା ସମୟରେ ଉଦଯାପନ ଉତ୍ସବରେ ସଙ୍ଘର ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ , ସମ୍ମାନିତ ଅତିଥି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଢେଙ୍କାନାଳ ରୋଟାରୀ କ୍ଲବର ସଭାପତି ବିଶ୍ୱଜିତ ଦାସଗୁପ୍ତା ଯୋଗ ଦେଇଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ମହାନ୍ତି ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଂଘର ସମ୍ପାଦକ ଦେଵବ୍ରତ ଭଟ୍ଟ ମ୍ୟାଚର ବିବରଣୀ ଉପସ୍ଥାପନ କରିଥିଲେ ।

ଉକ୍ତ ପ୍ରତିଯୋଗିତାରେ ପ୍ରଥମ ୧୦ ଜଣ କୃତୀ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମରୁ ରୁ ତୃତୀୟଙ୍କୁ ଅର୍ଥ ଏବଂ ଟ୍ରଫି ତଥା ଅନ୍ୟ ୭ଜଣଙ୍କୁ କେବଳ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଛି । ୬ ରାଉଣ୍ଡ ବିଶିଷ୍ଟ ଉକ୍ତ ପ୍ରତିଯୋଗିତାରେ ସୂର୍ଯ୍ୟ ପ୍ରାଞ୍ଜଳ ପ୍ରଥମ ସ୍ଥାନ , ସାଇସ୍ୱରୂପ ମିଶ୍ର ଦ୍ଵିତୀୟ , ପାଦିଲାନ ୟଶୋବନ୍ତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସଂଘର ନିଷ୍ପତି କ୍ରମେ ପାର୍ବତୀ ଦତଙ୍କୁ ଏକ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଛି ।

new life
You might also like
error: Content is protected !!