ସୁରପ୍ରତାପପୁର ଚାଷୀ ମହିଳା ସଙ୍ଘକୁ ଧାନ ନବିକିବାକୁ ନେଇ
ଜିଲ୍ଲାପାଳ ଙ୍କୁ କଲେ ଗୁହାରି । ଚଳିତ ବର୍ଷ ମହିଳା ସଂଘ ଧାନ କିଣିବ ଏ ଖବର ପ୍ରଚାରିତ ହେବା ପରେ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୀବ୍ର ବିରୋଧ କରି ଢେଙ୍କାନାଳ ଜିଲ୍ଲପାଳ ଙ୍କୁ ଲିଖିତ ଭାବେ ଗୁହାରି କରିଛନ୍ତି ।
ଖବର ନେବାରେ ଜଣାଯାଏ ଯେ ଭୁବନ ସମବାୟ ବ୍ୟାଙ୍କ ଅଧିନରେ ଥିବା ଦଶଟି ସମବାୟ ସମିତି ମଧ୍ୟରୁ ୬ ରେ ସଂପାଦକ ମାନେ ଧାନ କିଣିବେ । ଅନ୍ୟ ତିନୋଟିରେ ମହିଳାସଂଘ ଧାନ କିଣିବାକୁ ଚୁଡାନ୍ତ ହୋଇଥିବା ବେଳେ ଗୋଟିକରେ ସମବାୟ ସମିତି ଓ ମହିଳାସଂଘ ଧାନ କିଣିବାର ଯୋଜନା ହୋଇଥିବା ଜଣାପଡିଛି ।ରବିବାର ଚାଷୀ ସମବାୟ ସମିତି ରେ ଏକତ୍ରିତ ହୋଇ ଶପଥ ନେଇଥିଲେ । ସୋମବାର ସଭାପତି ପ୍ରମୋଦ ରାଉତ ,କାର୍ଯ୍ୟକାରୀ ସଭାପତି
ଭଜମନ ସାମଲ ଡ଼ମ୍ବୁରୁ ସାମଲ ,ଦେବରାଜ ପରିଡା ପୀତବାସ ସାହୁ ,ଧନେଶ୍ୱର ସାହୁ ଉଛବ ସାମଲ ,ଲକ୍ଷ୍ମଣ ପରିଡା ଭଦ୍ଧିମନ୍ତ ପରିଡା ,ଜୟକୃଷ୍ଣ ମହାନ୍ତି , ବିପିନ ପରିଡା , ପ୍ରମୁଖ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ସୁରପ୍ରତପୁର ର ଚାଷୀ ଙ୍କ ସମସ୍ୟା ସମ୍ପର୍କ ରେ ଜଣାଇଥିଲେ ।