News
WhatsApp Image 2023-10-04 at 17.25.00
samparksetu

ଝିଅର ଚିକିତ୍ସା ଓ ସରକାରୀ ଯୋଜନାରେ ସାମିଲ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମଝୀପାଳ ଗ୍ରାମର ଜଣେ ଗରିବ ଦୁଃଖୀ ପରିବାର ଝିଅର ଚିକିତ୍ସା ଓ ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଅନୁଯାୟୀ ,ମଝୀପାଳ ଗ୍ରାମର ଅରୁଣ ମହାରଣା । ସ୍ତ୍ରୀର ମୃତ୍ୟୁ ପରେ ତିନି ପିଲାଙ୍କୁ ନେଇ ବହୁ କଷ୍ଟରେ ଘର ଚଳାଉଛନ୍ତି ଅରୁଣ । ନିଜ ନାମରେ କୌଣସି ସରକାରୀ ଯୋଜନା ଯଥା ଆବାସ ଓ ରାସନ କାର୍ଡ ନାହିଁ। ଝିଅ ପୁଷ୍ପ ଜନ୍ମ୍ ରୁ ବିକଳାଙ୍ଗ , ଆପେ ଆପେ ତାଙ୍କ ମସ୍ତିଷ୍କ ବୃଦ୍ଧି ପାଇବାରେ ଲାଗିଛି। ଝିଅ ର ଚିକିତ୍ସା କରାଇବାରେ ଅର୍ଥ ବାଧକ ସାଜିଛି। ସୋମବାର ଅରୁଣ ନିଜର ଦୁଃଖ ଜଣାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ।

new life
You might also like
error: Content is protected !!