ମଦ ରlନ୍ଧିବା କାମରେ ତନମନଧନ ଲଗାଇଦେଇଥିବା ବ୍ୟବସାୟୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନ ପରିବର୍ତ୍ତନ କରୁଥିବା ଦେଖାଯାଇଚି । ଭୁବନ ବ୍ଳକ ବ୍ରାହ୍ମଣୀ ନଦୀର କଣପାଳ ବାଲିଘାଟ ସନ୍ନିକଟରେ ଥିବା ବିଶାଳ ବାଲି । ଶୁଖିଲା ମହୁଲକୁ ହାଣ୍ଡି ଡେକିଚି ରେ ଛଅରୁ ସାତଦିନ ପର୍ଯ୍ୟନ୍ତ ବାଲି ମଧ୍ୟରେ ପୋତି ଦେଉଛନ୍ତି ।
କିଛି ବ୍ୟକ୍ତି ପ୍ଲାଷ୍ଟିକ ବ୍ୟାରେଲରେ ମହୁଲକୁ ପଚାଇବା ପାଇଁ ବ୍ୟାରେଲର ମୁହଁକୁ ପବନ ପଶିନପାରିବା ଭଳି ଏୟାର ଟାଇଟି କରି ବନ୍ଧାଯାଇଥାଏ । ସାତଦିନ ପରେ ଏହି ପୋଚକୁ ଛାଣି ପାତନ ପଧତିରେ ମଦ ରନ୍ଧାଯାଇଥାଏ ।
ତେବେ ଭୁବନ ବ୍ଲକର ମହୁଲପାଳ, ମୃଦଙ୍ଗା , ଏକତାଳୀ , ବାଲିବୋ , ଭୁଷଳ, ଦୟଣାବିଲ ସୁରପ୍ରତାପପୁର ମାର୍ଥାପୁର ଦୀଘି ଗ୍ରାମ ପଚାଂୟତର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଗ୍ରାମରେ ବ୍ୟବସାୟୀ ମାନେ ଶୁଖିଲା ମହୁଲରୁ ଦେଶୀ ମଦ ରାନ୍ଧି ଅବକାରୀ ବିଭାଗର ଅଧିକାରୀ କର୍ମଚାରୀଙ୍କ ଆଖିରେ ଧୁଳି ଦେଇ ଅନାୟସରେ ଦେଶୀ ମଦ ରାନ୍ଧି କଟକ ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି ।
ଭୁବନ ଥାନା ଅଧିନରେ ଥିବା ପାଣ୍ଡରା ନାଳର ଅବାବହିକାରେ ଥିବା ଏକତାଳୀ ଗ୍ରାମ ପଚାଂୟତର ଚନ୍ଦାର , ରୋଡଙ୍ଗ, ଏକତାଳୀ ବେଶାଳିଆ , ମହୁଳପାଳ ପଚାଂୟତର ମହୁଳପାଳ ହୁଡି, କଣପାଳ ମୈାଜାର ନାଳ କୁଳ ମୃଦଙ୍ଗା ଗ୍ରାମ ପଚାଂୟତ ର ନାଳ କୁଳ ବ୍ରାହ୍ନଣୀ ନଦୀ ବାଲି , କୁଣ୍ଡା ଗ୍ରାମ ଜଙ୍ଗଲ କୁଣ୍ଡା ଗ୍ରାମ ର ଦକ୍ଷିଣଦିଗରେ ଥିବା ନାଳ , ନୟାନିଲକଣ୍ଠପୁର ଓ କେଶରପୁର ମୈାଜାରେ ଥିବା ନାଳ କୁଳ, ଅରିଲୋ ମୈାଜାର ନାଳ କୁଳ ମଦ ରାନ୍ଧିବାର ପ୍ରମୁଖ ସ୍ଥାନ ପାଲଟିଛି ।
ସାଇକେଲ ମଟରସାଇକେଲ ଓ ମଣିଷବୁହା ଟେମ୍ଫୋ , ଟାଟା ଏସିରେ ପ୍ଲାଷ୍ଟିକ ବ୍ୟାରେଲରେ ଦେଶୀ ମଦ ବୁହାଯାଉଛି । ଭୁଷଳର ପଚାଂୟତର କୀର୍ତନପୁର ଗ୍ରାମ୍ୟ ଜଙ୍ଗଲ , ସୁରପ୍ରତାପପୁରର ଥୋରିଆସନ୍ଧା ଜଙ୍ଗଲ, ବମୁଆଁ ଟିପିଲେଇ ସଂରକ୍ଷିତ ଜଙ୍ଗଲ ମଠକରଗୋଳା ପଚାଂୟତର ରାମଚନ୍ଦ୍ରପୁର ଜଙ୍ଗଲ , ଦୟଣାବିଲ ପଚାଂୟତର କହ୍ନେଇପାଳ କରେଇଜଳା ନାଳ କୁଳ ହିଁ ଦେଶୀ ମଦ ରାନ୍ଦିବା ପାଇଁ ପ୍ରକୃତଷ୍ଟ ସ୍ଥାନ ପାଲଟିଛି । ସେହିପରି ମାର୍ଥାପୁର ପଚାଂୟତର ରାମିଆଳ ନାଳ କୁଳ ଗୋବିନ୍ଦପୁର ପାହାଡ ଓ ବ୍ରାହ୍ମଣୀ ନଦୀ କୁଳ ଦୀଘି ପଚାଂୟତର ମୁଗୁପଦା ନଦୀକୁଳ ଦେଶୀ ମଦ ରାନ୍ଧିବା ପାଇଁ ପ୍ରକୃଷ୍ଠ ସ୍ଥାନ ହୋଇଥିବା ଜଣାଯାଇଛି ।