News
WhatsApp Image 2023-10-04 at 17.25.00
samparksetu

ଆଜିଠୁ ଲାଗୁହେଲା ଡିସେମ୍ବର ମାସ ପାଇଁ ଗାଇଡଲାଇନ : ଜାଣନ୍ତୁ କଣ ହେଲା କୋହଳ ଓ କାହା ଉପରେ ଲାଗୁ କଟକଣା ।

ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନକୁ ନେଇ  ସରକାରଙ୍କ ଚିନ୍ତା ବଢ଼ିଛି । ଗୋଟିଏ ପଟେ ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବା ବେଳେ ଅନ୍ୟପଟେ ଡିସେମ୍ବର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର ।

୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ସହରାଞ୍ଚଳ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟର କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି । ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ଉପରେ କଟକଣା ଲାଗୁ ହୋଇଛି । ସେହିପରି କ୍ଲବ କନଭେନ୍ସନ ହଲ, କଲ୍ୟାଣ ମଣ୍ଡପରେ ଜନସମାଗମ ମନା ହୋଇଛି ।

ସେହିପରି ନୂଆବର୍ଷକୁ ସ୍ୱାଗତ କରିବାକୁ ହେବନି କୌଣସି କାର୍ଯ୍ୟକ୍ରମ । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଲେ ସରକାର । ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ ବି କଟକଣା ଲଗାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ଏକାଠି ହେବା ମନା  ହୋଇଛି । ୩୧ ଡିସେମ୍ବର ଓ ୧ ଜାନୁଆରୀ ପାଇଁ ଏହି କଟକଣା ରହିବ ।

ଡିସେମ୍ବର ୧ରୁ ଜାନୁଆରୀ ୧ ପର୍ଯ୍ୟନ୍ତ ବିଭିନ୍ନ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ରହିବନି । ସେହିଭଳି ସହରାଞ୍ଚଳରେ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ ।

ଡିସେମ୍ବର ମାସରେ ଅଧିକ ସଂଖ୍ୟକ ବାହାଘର ରହିଛି । ଆଉ ଏହି ସବୁ ବାହାଘରରେ  ସର୍ବାଧିକ ୨୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେଇଛନ୍ତି ସରକାର । ବରପକ୍ଷ, କନ୍ୟାପକ୍ଷ, ପଣ୍ଡିତ, ବନ୍ଧୁ ବାନ୍ଧବ ଏପରିକି ବାହାଘରରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସଂଖ୍ୟା ୨୫୦ରୁ ଅଧିକ ହେବନି । ଯଦି ଏହି ନିୟମର ଉଲ୍ଲଘଂନ ହୁଏ ତେବେ ଆୟୋଜକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାବାଦ୍ ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ବର, ବରଯାତ୍ରୀ, ଲାଇଟ ଓ ସାଉଣ୍ଡ ମ୍ୟାନ୍, ବନ୍ଧୁ ବାନ୍ଧବ, ବ୍ୟାଣ୍ଡ ପାର୍ଟି, ପଣ୍ଡିତଙ୍କୁ ମିଶାଇ ମୋଟ ୫୦ ଜଣ ବାହାଘର ଶୋଭାଯାତ୍ରାରେ ଯାଇପାରିବେ । ଏହି ୫୦ ଜଣ ମଧ୍ୟ ଗାଇଡଲାଇନ ଅନୁଯାୟୀ ନିର୍ଦ୍ଧାରିତ ୨୫୦ ଜଣଙ୍କ ମଧ୍ୟରେ ରହିବେ ।ତେବେ ବାହାଘର ଶୋଭାଯାତ୍ରା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡିବ ।

new life
You might also like
error: Content is protected !!