କୋଭିଡ ଟିକା ନେବାର ୨ ଘଣ୍ଟା ମଧ୍ୟରେ ଡ୍ରାଇଭର ଙ୍କର ମୃତ ହୋଇଥିବା ଅଭିଯୋଗ । ମଠକରଗୋଳା ଡାକ୍ତରଖାନାର ମୁଖ୍ୟ ଡାକ୍ତର ଭାଗବତ ମାଝୀ ଙ୍କ ସୂତ୍ର ରୁ ଜଣାପଡିଛି ଯେ ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମର ଉପ୍ରା ସ୍କୁଲ ପରିସରରେ ଶହେ ଜଣଙ୍କୁ କୋଭିଡ ଟିକା ମଙ୍ଗଳବାର ଅପରାହ୍ନ ରେ ଦିଆଯାଇଛି ମଠକରଗୋଳା ସ୍ୱାସ୍ଥ୍ୟ କେନ୍ଦ୍ର ରୁ ସୁରପ୍ରତାପପୁର କୁ କୋଭିଡ ଟିକା ଦିଆଯିବାକୁ କର୍ମଚାରୀ ଯାଇଥିଲେ ।
ସୁରପ୍ରତାପପୁର ଗ୍ରାମ ଡିହସାହି ର ସ୍ବର୍ଗତ ଧରଣୀ ସାହୁଙ୍କ ଚାରି ପୁଅ ମଧ୍ୟ ରୁ ବଡ଼ ପୁଅ ବାବୁଲି ସାହୁ(୫୪) କୋଭିଡି ଟିକାର ଦ୍ୱିତୀୟ ଡ଼ୋଜ ଅପରାହ୍ନ ୪.୩୦ରେ ନେଇଥିଲେ ।
ପରେ ନଦୀକୁଳ ଯାଇଥିବା ବେଳେ ୫.୩୦ରେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ମଠକରଗୋଳା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା କୁ ନେବା ପାଇଁ ଡାକ୍ତର ରାଜନ ପରାମର୍ଶ ଦେଇଥିଲେ ।ପରିବାର ଲୋକ ଡାକ୍ତରଖାନା ନେବା ପରିବର୍ତ୍ତେ ତାଙ୍କୁ ଗାଁ କୁ ଆଣି ତାଙ୍କ ମୃତ୍ୟୁ ପରେ ତାଂକୁ ପୋଡିଦେଇଥିବା ଜଣାପଡିଛି । ତେବେ ତାଙ୍କର ମୃତ୍ୟୁ କୋଭିଡ ଟିକା କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ ।