ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କନ୍ଦରସିଂହା ପଞ୍ଚାୟତରେ ଇନ୍ଦିରା ଆବାସ ଚଞ୍ଚକତା ହୋଇଥିବାର ଜଣାପଡିଛି , ବ୍ଲକ ସୂଚନାଧିକାରୀଙ୍କୁ ବିଜେପିର ବରିଷ୍ଠ ନେତା ଲକ୍ଷ୍ମୀଧର ସାହୁ ତଥ୍ୟ ମାଗିବାରୁ ଏହା ସନ୍ତୋଷଜନକ ହୋଇନଥିବାରୁ ଏ ସମ୍ବନ୍ଧେ ଗୁରୁବାର ଦିନ ସ୍ଥାନୀୟ ସାମ୍ବାଦିକ କାର୍ଯ୍ୟାଳୟରେ ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା, ଉକ୍ତ ପଞ୍ଚାୟତର ୯୬ ଜଣ ହିତାଧିକାରୀଙ୍କ ମଧ୍ୟରୁ ୭ଜଣ ହିତାଧିକାରୀଙ୍କ ନାମ ଏହି ତାଲିକାରେ ନଥିବା ଦର୍ଶାଯାଇଛି , ଶେଷରେ ନିରାଶ ହୋଇ ଶ୍ରୀ ସାହୁ ରାଜ୍ୟ ସୂଚନାଧିକାର କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ ।
ବ୍ଲକ ପ୍ରଶାସନକୁ ଏ ସମ୍ବନ୍ଧେ କମିସନର ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ ।ଏଥିରେ ବ୍ଲକ ପ୍ରଶାସନ ସନ୍ତୋଷ ଜନକ ଉତ୍ତର ଦେଇକହିଥିଲେ ଯେ ତାଙ୍କର ରେକର୍ଡ ଗୁଡ଼ିକ ହଜିଯାଇଛି ।ରେକର୍ଡ ଗୁଡ଼ିକ ଦାୟୀତ୍ବ ହିନାତା କାରଣରୁ ହଜି ଯାଇଥିବାରୁ ତତ୍କାଳିନ ବିଡ଼ିଓ ,ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ୩୦ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।
ତେଣୁ ଏହାର ତଦାରଖ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ସାହୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଦୁର୍ଗାପ୍ରସାଦ ସାହୁ ,ହେମନ୍ତ କୁମାର ସାମଲ ,ବିଭୂତି ଭୂଷଣ ସାମଲ ଯୋଗଦେଇଥିଲେ ।