News
WhatsApp Image 2023-10-04 at 17.25.00
samparksetu

ବଙ୍ଗୋପସାଗର ରେ ଗଭୀର ଅବପାତର ରୂପ ନେଲା ବାତ୍ୟା, ଆସନ୍ତା ୫ ତାରିଖ ଦିନ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।

ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ । ବାତ୍ୟାରେ ପରିଣତ ହୋଇଥିବା ଆଇଏମଡି ଡିଜିଙ୍କ ସୂଚନା । ଗୋପାଳପୁରରୁ ୫୩୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ । କାଲି ସନ୍ଧ୍ୟାରେ ଦିଗ ପରିବର୍ତ୍ତନ କରିବ ବାତ୍ୟା ଜୱାଦ୍ । ୫ ତାରିଖ ମଧ୍ୟାହ୍ନରେ ପୁରୀରେ ସ୍ଥଳଭାଗ ଛୁଇଁବ । ପବନର ବେଗ ୮୦ରୁ ୯୦ କିମି ରହିବ । ସ୍ଥାନେ ସ୍ଥାନେ ପବନର ବେଗ ୧୦୦କିମି ରହିବ । ଓଡିଶା ପାଇଁ ସତର୍କ କଲେ ଆଇଏମଡି ଡିଜି । ଉପକୂଳ ଓଡିଶାରେ ବର୍ଷା ସହ ପବନର ବେଗ ବଢିବ । ଆଜି ମଧ୍ୟରାତ୍ରୀରୁ ପବନର ବେଗ ବଢିବ । କାଲିଠୁ ବର୍ଷା ବଢିବ, ୬ତାରିଖରେ କମିବ, ଗୁଲାବଠୁ ଅଧିକ ପ୍ରଭାବ ରହିବ ବାତ୍ୟା ‘ଜୱାଦ୍’ ।

ତେବେ ଆସନ୍ତା ୫ ତାରିଖରେ ଢେଙ୍କାନାଳ ସମେତ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ପୁରୀ, କେନ୍ଦୁଝର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ଆଜିଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ୩ ତାରିଖ ସକାଳେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ଓ ସ୍ଥଳ ବିଶେଷରେ ୮୫ କିମି ଛୁଇଁପାରେ । ୪ ତାରିଖ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ଏବଂ ସ୍ଥଳ ବିଶେଷରେ ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ବୋହିବ ବୋଲି ଆକଳନ କରାଯାଇଛି। ଅପରାହ୍ଣରୁ ରାତି ୧୨ଟା ପର୍ଯ୍ୟନ୍ତ ଉତ୍ତର ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗ ସହିତ ଝଟକା ପବନର ବେଗ ୯୦ କିମି ଉପରେ ରହିବାର ସମ୍ଭାବନା ରହିଛି ।

new life
You might also like
error: Content is protected !!