ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ୪ ଛାତ୍ରୀ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ଟପ୍ ୧୦ମଧ୍ୟରେ ସ୍ଥାନ ପାଇଥିବା ଜଣାପଡିଛି । ଉତ୍କଳ ବିଶ୍ଵବିଦ୍ୟାଳୟ ପତ୍ର ନମ୍ବର ଇସି ୧୧୧/୧୦୧/୨୨୨ ଅନୁଯାୟୀ ଓଡ଼ିଆ ବିଭାଗର ଛାତ୍ରୀ ମୋନାଲିସା ସାହୁ ସର୍ବାଧିକ ନମ୍ବର ରଖି ସର୍ବପ୍ରଥମ (ଟପର) ହୋଇଥିବା ବେଳେ ୧୦ ଜଣଙ୍କ ମଧ୍ୟରେ ପ୍ରିତିପ୍ରଭା ମହାପାତ୍ର ତୃତୀୟ ସ୍ଥାନ , ଇତିଶ୍ରୀ ସାହୁ ଷଷ୍ଠ ସ୍ଥାନ ଓ ବସୁଧା ମଲ୍ଲିକ ନବମ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।
ଯାହାକି ଲଗାତର ଦୁଇ ବର୍ଷ ଧରି ଉକ୍ତ ମହାବିବ୍ୟାଳୟର ଏହି ବିଭାଗରେ ଗୌରବ ଅର୍ଜନ କରିଆସୁଥିବାରୁ ବିଭାଗର ଅଧ୍ୟାପକ ପ୍ରସନ୍ନ କୁମାର ସାହୁ ,ଅଞ୍ଜନ କୁମାର ମହାରଣା , ଅଧ୍ୟାପିକ ପ୍ରାଚିପ୍ରଭା ସାଏନ୍ତ ,ଦେବୀ କୃପା ଦଳବେହେରା ଆନନ୍ଦରେ ବିଭୋର ହୋଇ କୃତି ଛାତ୍ରୀଙ୍କ ପ୍ରତି ସୁଖ ସମୃଦ୍ଧି ଭବିଷ୍ୟତ କାମନା କରିଥିଲେ ।
କୃତି ଛାତ୍ରୀ ମାନଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ ,ନିହାର ରଞ୍ଜନ ସାହୁ ଭୂୟସୀ ପ୍ରଶଂସା କରିଥିଲେ ।ଏତଦ୍ ବ୍ୟତୀତ ସମସ୍ତ ଛାତ୍ର ଛାତ୍ରୀ,ଅଭିଭାବକ ,ଅଧ୍ୟାପକ ଅଧ୍ୟାପିକା ,କର୍ମଚାରୀ ଓ ଅଞ୍ଚଳବାସୀଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ।