ବାତ୍ୟା ଜୱାବ ପାଇଁ ସରକାରୀ ସ୍ତରରେ ବହୁ ପ୍ରସ୍ତୁତି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ କୃଷକ ମାନେ ନିଆରା ଢଙ୍ଗରେ ପ୍ରୟାସ କରିଛନ୍ତି ।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଲିବୋ ପଚାଂୟତର ଅନନ୍ତପୁର ଗ୍ରାମର କୃଷକ ମାନେ ବର୍ଷା ବନ୍ଦ ପାଇଁ ନିଜ ଜମିରେ ଲଙ୍ଗଳା ହୋଇ ଲଙ୍ଗଳ ପୋତି ଥିବା ଦେଖାଯାଇଛି । ଗାଁ ଲୋକଙ୍କ ଭରସା ଅଛି କି ଲଙ୍ଗଲା ହୋଇ ଲଙ୍ଗଳ ପୋତିଲେ ବର୍ଷାର ପ୍ରାଦୃଭାବ କମି ଯାଇଥାଏ ।
ଏହି ଅଚଂଳର ବହୁ ଚାଷୀ ଆଜିବି ଜମିରୁ ଧାନ କାଟିନାହାନ୍ତି । ବର୍ଷା ଯୋଗୁ ଆହୁରି ଜମିରେ ପାଣି ଜମିବ । ଧାନ କାଟିବା ପାଇଁ ଅଧିକ ଅଧିକ ଟଙ୍କା ଖର୍ଚ୍ଚ ହେବ । ବହୁ କୃଷକ ନିଜ ଜମିର ଧାନକୁ କାଟିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି ।
କେତେକ କୃଷକ ଧାନ କାଟିବା ପାଇଁ ମେସିନ , କଟର ଏବଂ ଶ୍ରମିକ ନିୟୋଜିତ କରିଧାନ କାଟିଛନ୍ତି । ଟ୍ରାକ୍ଟର ପାୱାର ଟିଲର ଆଦି ପ୍ରୟୋଗ କରି ଧାନ କୁ ଅମଳ କରିବାକୁ ଚେଷ୍ଠା କରି କିଏ କିଏ ସଫଳ ହୋଇଛନ୍ତି ତ କିଏ ବିଫଳ ।
ତେବେ ଖାଲି ଅନନ୍ତପୁର ନୁହେଁ ଏଭଳି ଲଙ୍ଗଳା ଲଙ୍ଗଳ ପୋତିବା କାମ ଭୁବନ ବ୍ଲକର ଅନେକ ସ୍ଥାନରେ ଦେତ୍କବାକୁ ମିଳିଥାଏ । ଶନିବାର ଦିନ ସକାଳୁ ସକାଳୁ ଅନନ୍ତପୁର ଗ୍ରାମରେ ଚାଷୀ ମହେଶ୍ୱର ନାଏକ ଗାଁର ଛୋଟ ପିଲାଙ୍କୁ ଏକାଠି କରି ସେଥିମଧ୍ୟରୁ ଜଣେ ଛୋଟ ପିଲା ଲଙ୍ଗଳା ହୋଇ ଲଙ୍ଗଳକୁ ଛୁଇଁଦେବା ପରେ ଇଶକୁ ତଳକୁ କରି ପୋତିଦେଇଥିଲେ । ବିଶ୍ୱାସ ରହିଛି ଏଭଳି କଲେ ବର୍ଷା ହେବ ନାହିଁ ।