ଜାତୀୟ ପିତା ମହାତ୍ମାଗାନ୍ଧୀ ଙ୍କ ଓଡିଶା ଗସ୍ତ କୁ ଆଜି ପୂରଣ ହୋଇଛି ୧୦୦ ତମ ବର୍ଷ l ଏହି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ସ୍ଥିତ ଔଷଧୀୟ ଅରଣ୍ୟ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l
ରାଜ୍ୟ ସରକାର ଙ୍କ ବରିଷ୍ଠ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ରାଷ୍ଟୀୟ ଅଧ୍ୟକ୍ଷ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ନୂଆଦିଲ୍ଲୀ ଶ୍ରୀଯୁକ୍ତ କୁମାର ପ୍ରଶାନ୍ତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ଆଜି ସନ୍ଧ୍ୟା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସନମାନିତ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ବିଡ଼ିଓ ବିକାଶ କୁମାର ମହାନ୍ତି, ଏବଂ ଅଞ୍ଚଳ ର ଅନେକ ଗାନ୍ଧୀପ୍ରେମୀ ଯୋଗ ଦେଇଥିଲେ l
ଗାନ୍ଧିଜୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବର୍ତମାନ ପରିସ୍ଥିତି ରେ ଜାତୀୟ ପିତା ଙ୍କ ପଦାଙ୍କ ଅନୁସରଣ କରିବାକୁ ଉପସ୍ଥିତ ମୁଖ୍ୟବକ୍ତା ଉଦବୋଧନ ଦେଇଥିଲେ l ଏହି ଅବସର ରେ କାମାକ୍ଷାନଗର ଓ ଏହାର ଆକପାଖ ଅଞ୍ଚଳ ରୁ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗ ଦେଇ ଗାନ୍ଧିଜୀ ଙ୍କ ଜୀବନୀ ଓ ଓଡିଶା ଗସ୍ତ ଉପରେ ନିଜ ନିଜର ମନ୍ତବ୍ୟ ସାଧାରଣ ଲୋକ ଉଦେଶ୍ୟ ରେ ଉଦବୋଧନ ଦେଇଥିଲେ l