ବିବାହ ସ୍ୱର୍ଗରେ ହୋଇଥାଏ । ଜଣେ ମୁକ ବଧିର ଝିଅଟି ଆଉ ଜଣେ ଦିବ୍ୟାଙ୍ଗ ପୁଅ ର ହାତ ଧରିଛନ୍ତି । ଏଭଳି ଏକ ଘଟଣା ଭୁବନ ବ୍ଲକର ସୁରପ୍ରତାପପୁର ଗ୍ରାମରେ ।
ଦୁଇ ଦିବ୍ୟାଙ୍ଗଙ୍କ ବିବାହକୁ ଅଧିକ ମନୋରମ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ପହଁଚି ଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି । ଗ୍ରାମର ମାଧବ ନାୟକ ଝିଅ ତୁଳସୀ ନାୟକ ସ୍ନାତକ ଡିଗ୍ରୀରେ ବାଲେଶ୍ୱର ସ୍ଥିତ ଚାରୁକଳା ମହାବିଦ୍ୟାଳୟରେ ଚିତ୍ରକଳାରେ ପାଠ ପଢି ସୁନ୍ଦର ଚିତ୍ର ଆଙ୍କି ପାରୁଛନ୍ତି ।
ତାଙ୍କର ଜୀବନସାଥୀ ହୋଇଛନ୍ତି କଟକ ଝାଙ୍ଗିରମଙ୍ଗଳା ର ଲୁଣିଆସାହି ଅଚଂଳର ସ୍ୱର୍ଗତ ମଙ୍ଗରାଜ ବେହେରାଙ୍କ ପୁଅ ବାଲୁଙ୍କେଶ୍ୱର ବେହେରା । ଉଭୟ ଚାରୁକଳା ମହାବିଦ୍ୟାଳୟର ଛାତ୍ରଓ ଛାତ୍ରୀ ଅଟନ୍ତି । ଏହି ବିବାହ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।