ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସଦାଶିବପୁର ଗ୍ରାମର ଜନୈକା ବିଧବା ମହିଳା ଜମିବାଡିକୁ କେନ୍ଦ୍ର କରି
ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଜଣେ ମହିଳା ପୋଲିସ ଅଧିକାରୀ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହିତ ଅପମାନିକ
କରିବା ନେଇ ଏସପିଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।
ସଦାଶିବପୁର ଗ୍ରାମର ସ୍ୱର୍ଗତଃ ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କ ପତ୍ନୀ ଶୈଳ ମଲ୍ଲିକ ଏକମାତ୍ର ୧୦ ବର୍ଷରଝିଅ ଏବଂ ବିଧବା ଶାଶୁଙ୍କୁ ନେଇ ଗ୍ରାମରେବସବାସ କରୁଛନ୍ତି । ଗତ ୩ ତାରିଖ ଦିନ ତାଙ୍କର ଜମିବାଡି ଉପରେ ୩ ଜଣ ବିଦ୍ୟୁତ କର୍ମଚାରୀଙ୍କ ସହିତ ଗ୍ରାମର ଶ୍ରୀକାନ୍ତ କୁମାର ହୋତା,ତାଙ୍କ ପତ୍ନୀ ଜାତିଆଣ ଆକ୍ଷେପ କରିବାସହିତ ଗାଳିଗୁଲଜ କରିଥିଲେ ।
ଏହାକୁ ନେଇ ଶୈଳ ୪ ତାରିଖ ଦିନ ସଦର ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ । ଏହି ସମୟରେ ସେଠାରେ କାର୍ଯ୍ୟରତ ପୋଲିସ ଅଧିକାରିଣୀ ଜ୍ୟୋର୍ତିମୟୀ ସିଂଙ୍କୁ ପ୍ରଦାନ କରିଥିଲେ । ସେ ଅଭିଯୋଗ ପତ୍ର ଗ୍ରହଣ କରିବା ପରେ ଶୈଳଙ୍କୁ ବିଧବା ବୋଲି ପ୍ରମାଣ ପତ୍ର ମାଗିଥିଲେ ଏବଂ ବିଭିନ୍ନ କଥାକହି ଅପମାନିତ କରିଥିଲେ ବୋଲି ଅଭିଯୋଗ ହୋଇଛି ।
ଏହାକୁନେଇ ଶୈଳ ଜିଲ୍ଳାପାଳଙ୍କୁ ଦେଖାକରିବାକୁ
କହି ସେଠାରୁ ଚାଲିଆସିବାରୁ ମହିଳା ଏଏସଆଇ ଜଣକ ଅଭିଯୋଗ ପତ୍ରଟିକୁ ଛଡାଇ ନେଇଥିଲେ । ଏହି ଘଟଣାକୁ ନେଇଶୈଳ
ଏସପିଙ୍କ ଦ୍ୱାରସ୍ଥ ହେବା ସହିତ ସଂପୃକ୍ତ ଏଏସଆଇ,ଶ୍ରୀକାନ୍ତ ହୋତା,ତାଙ୍କ ପତ୍ନୀ ଏବଂ ବିଦ୍ୟତ୍ କର୍ମଚାରୀଙ୍କ ବିରୁଦ୍ଧରେ
କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରିଛନ୍ତି ।