News
WhatsApp Image 2023-10-04 at 17.25.00
samparksetu

ଜମିପଟ୍ଟା ପ୍ରଦାନ ଦାବୀ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନମ୍ବର ୱାର୍ଡରେ ବସବାସ କରୁଥିବା ୨୨ ଟି ପରିବାରକୁ ଜମି ପଟ୍ଟା ପ୍ରଦାନ
ପାଇଁ ହିତାଧିକାରୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ଏଠାରେ ବସବାସ କରୁଥିବା ବ୍ୟକ୍ତମାନେ
୨୦୧୮ ମସିହାରୁ ରହୁଥିଲେ ମଧ୍ୟ ଏଯାଏଁ ଟୋକନ ମିଳିଥିଲେ ମଧ୍ୟ ଜମି ପଟ୍ଟା ମିଳିନଥିବାର ଅଭିଯୋଗ ହୋଇଛି ।

ସେହିପରି ଜୁଆଙ୍ଗ ସାହି,କନ୍ଧ ସାହି,ହରିଜନ ସାହିରେରହୁଥିବା ଗରୀବ ପରିବାରକୁ ସରକାରୀ ଜମି ପଟ୍ଟା ପ୍ରଦାନରେ ବିଳମ୍ବ କରାଯାଉଛି । ଦିର୍ଘ ୫ ବର୍ଷ ହେବ ସରକାରୀ ଜମି ପଟ୍ଟାପାଇଁ ନିବେଦନ କରୁଥିଲେ ମଧ୍ୟ ସେମାନଙ୍କ ନିବେଦନ ଗ୍ରହଣ କରାଯାଉନାହିଁ ।ଏଣୁ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ କୁକୁନି ପ୍ରଧାନ,ମୁସରତ ବେଗମ,ଗୁଲସନ ବିବି,ସଫିନା ଖାତୁନ,ବାସନ୍ତି ପଣ୍ଡା,କୁନି ସାମଲ ପ୍ରମୁଖ ନିବେଦନ କରିଛନ୍ତି ।

new life
You might also like
error: Content is protected !!