News
WhatsApp Image 2023-10-04 at 17.25.00
samparksetu

ଲାଞ୍ଚ ନେବା ପଡିଲା ମହଙ୍ଗା ,ସହକାରୀ ଯନ୍ତ୍ରୀ ଏବଂ ଖଲାସୀଙ୍କୁ ଜେଲଦଣ୍ଡାଦେଶ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗ୍ରାମ୍ୟ ଜଳ ଏବଂ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ଖଲାସୀ ଲାଞ୍ଚ ନେବା ଘଟଣାର ବିଚାର କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଉଭୟଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ଦୁଇମାସ ଜେଲ ଦଣ୍ଡରେ ଦଣ୍ଡିତ କରିଥିବାର ଜଣାପଡିଛି ।

କାମାକ୍ଷାନଗର ଗ୍ରାମ୍ୟ ଜଳ ଏବଂ ପରିମଳ ବିଭାଗ ଆରଡବ୍ଲୁ ଏସଏସର ତତକାଳୀନ ସହକାରୀ ଯନ୍ତ୍ରୀ ପ୍ରସନ୍ନ ପାଣି
ଏବଂ ଖଲାସୀ ନିମାଇଁ ବେହେରା ଗତ ୨୦୦୯ ମସିହା ମାର୍ଚ୍ଚ ମାସ ୨୭ ତାରିଖରେ ୩ଲକ୍ଷ ୨୨ ହଜାର ୩୬୮ ଟଙ୍କାର ବିଲ ପାସ
କରାଇ ଦେବା ପାଇଁ ଜନୈକ ଠିକାଦାରଙ୍କ ଠାରୁ ୧୭ ହଜାର ୫ଶହଟଙ୍କା ଦାବୀ କରିଥିଲେ ।

ଏହି ଟଙ୍କା ମଧ୍ୟରେ ସହକାରୀ ଯନ୍ତ୍ରୀ ୧୫ହଜାର ଏବଂ ଖଲାସୀ ୨ହଜାର ୫ଶହ ଟଙ୍କା ଦାବୀ କରିଥିଲେ । ଏହି ଘଟଣାକୁ ନେଇ ଠିକାଦାର ଭିଜିଲାନ୍ସରେ ଅଭିଯୋଗ କରିଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଥିଲେ ।

ଏହି ମାମଲାଟି କଟକ ଭିଜିଲାନ୍ସ କୋର୍ଟରେ ୧୧/୨୦୦୯ରେ ରୁଜ୍ଜୁ ହୋଇ ଢେଙ୍କାନାଳ ଭିଜିଲାନ୍ସ କୋର୍ଟରେ ବିଚାର ଚାଲିଥିଲା । ଏହି ମାମଲାର ବିଚାର କରି ଶ୍ରୁକ୍ରବାର ଦିନ ଅଦାଲତ ସହକାରୀ ଯନ୍ତ୍ରୀ ଏବଂ ଖଲାସୀଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡତି କରିବା ସହିତ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରିଥିବାର ଜଣାପଡିଛି । ଏହି ଦୁଇ ଜଣକୁ ପୁନଶ୍ଚ ଦୁର୍ନିତୀ ନିବାରଣ ଆଇନ୧୯୮୮ ଅନୁସାରେ ୨ବର୍ଷ କାରାଦଣ୍ଡ ସହିତ ୫ ବର୍ଷ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଉଭୟ ଅବସର
ନେଇଥିବାର ଜଣାପଡିଛି । ଏହି ମାମଲାଟିକୁ ହରେକୃଷ୍ଣ ବେହେରା ତଦନ୍ତ କରିଥିଲେ ।

new life
You might also like
error: Content is protected !!