News
WhatsApp Image 2023-10-04 at 17.25.00
samparksetu

କଙ୍କଡ଼ାହାଡ଼ ବ୍ଲକ ରେ ଧାନ ସଂଗ୍ରହ ପାଇଁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର

କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ କାମାକ୍ଷା ନଗର ବଜାର ନିୟନ୍ତ୍ରଣ କମିଟି ଦ୍ଵାରା ବ୍ଲକ ସହକାରୀ ଯୋଗାଣ ଅଧିକାରୀ ସୁନିତା ବେହେରା ଙ୍କ ସଭାପତିତ୍ୱରେ 2021-2022 ମସିହା ର ଖରିଫ ଋତୁ ନିମନ୍ତେ ଏକ ବ୍ଲକ ସ୍ତରୀୟ ଧାନ ସଂଗ୍ରହ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତିକ ସାହୁ ଯୋଗ ଦେଇ ଥିଲେ l ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣ ରେ ଚାଷୀ ମାନେ କିପରି ସୁବିଧା ରେ ମଣ୍ଡିରେ ଧାନ ବିକ୍ରି କରି ପାରିବେ ସେଥିପାଇଁ ଗୁରୁତ୍ୱ ଦେଇଥିଲେ l

ଅନ୍ୟତମ ଅତିଥି ଭାବେ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀମତୀ ବୁଲବୁଲ ବେହେରା, ସହକାରୀ ନିବନ୍ଧକ ଅନିଲ କୁମାର ରଥ, ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ, RMC ଅଧିକାରୀ ରବିନାରାୟଣ ସାହୁ, ପ୍ରଜ୍ଞା ପରିମିତା ସାହୁ ଓ ବ୍ଲକର ସମସ୍ତ ଗ୍ରାମ ପଂଚାୟତ ର ପଚାଶ ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିଲେ l ଶେଷରେ ଧାନର କ୍ୱାଲିଟି କିପରି ପରୀକ୍ଷା କରାଯିବ ସେ ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା l

ନାମକୁ ମାତ୍ର ଏହି ସଭା, କିନ୍ତୁ ପ୍ରକୃତ ପକ୍ଷେ ଚାଷୀ ତାହାର ଧାନ ସଠିକ୍ ଭାବରେ ବିକ୍ରି କରିପାରୁ ନାହାନ୍ତି, ଏବଂ ଏଥିରେ ସରକାରୀ ବାବୁ ମାନେ ଦଲାଲ୍ ସଙ୍ଗେ ମିଶି ପ୍ରଥମ ରୁ ଯୋଜନା କରି ଲୁଟୁଚନ୍ତି ବୋଲି ସମିତିସଭ୍ୟ ସୁବାସ ପ୍ରଧାନ ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!