News
WhatsApp Image 2023-10-04 at 17.25.00
samparksetu

କମ୍ପାନୀ ର ଧୂଆଁ ରେ ଅଣନିଃଶ୍ବାସୀ ପରଜଙ୍ଗ ବାସିନ୍ଦା ; ନିରବଦ୍ରଷ୍ଟା ସାଜିଛି ପ୍ରଦୂଷଣ ବିଭାଗ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା କୁନାଲ କମ୍ପାନୀ ପରଜଙ୍ଗ ଅଞ୍ଚଳ ବାସୀଙ୍କ ପାଇଁ ସାଜିଛି ଏବେ କ୍ଷତିକାରକ ଧୂଆଁ । ପୂର୍ବରୁ ଠିକା ସଂସ୍ଥା ରାସ୍ତା କାର୍ଯ୍ୟରେ କିଛି ପ୍ରଶାସନର ଅଧିକାରୀ ଙ୍କୁ ହାତରେ ରଖି ରକ୍ଷିତ ଜାଗାରୁ ମୋରମ ଉତ୍ତୋଳନ କରୁଥିବା ନେଇ ତାର କୋର୍ଟରେ ମାମଲା ଚାଲିଛି ।

ହେଲେ ଏବେ ପରଜଙ୍ଗ ଠାରେ ଥିବା ଠିକା ସଂସ୍ଥାର ଅସ୍ଥାୟୀ କ୍ୟାମ୍ପ ରେ ପିଚୁ କାରଖାନାରୁ ନିର୍ଗତ ହେଉଥିବା ଦୂଷିତ ଧୂଆଁ ସାରା ଅଞ୍ଚଳ ଲୋକଙ୍କୁ ନୟାନ୍ତ କଲାଣି ।ସେଥିରୁ ନିର୍ଗତ ଦୂଷିତ ଧୂଆଁ ଲୋକଙ୍କ ନିଶ୍ବାସ ପ୍ରଶ୍ୱାସ ରେ କଷ୍ଟ ସାଧ୍ୟ ହେଉଛି । ତା ସହିତ ନିର୍ଗତ ଧୂଆଁ ଅଞ୍ଚଳରେ ଥିବା ଖୋଲା ପୋଖରୀ ଓ ଖୋଲା କୂଅ ଗୁଡ଼ିକରେ ତାର ପ୍ରଭାବରେ ପାଣିରେ ଏକ କଳା ରଙ୍ଗର ଆସ୍ଥରଣ ଦେଖିବାକୁ ମିଳୁଛି । ବିଶେଷ କରି କ୍ୟାମ୍ପ ଠାରୁ ପାଞ୍ଚ ଶହ ମିଟର ଦୂରରେ ଥିବା ପରଜଙ୍ଗ

ନିର୍ଗତ ଦୂଷିତ ଧୂଆଁ ରେ ଯଦି କୌଣସି ଲୋକର ସ୍ବାସ୍ଥ୍ୟ ଅବସ୍ଥା ଏଥିପାଇଁ ଖରାପ ହୁଏ ସେଥିପାଇଁ କିଏ ଦାୟୀ ରହିବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । କୁନାଲ କମ୍ପାନୀ ର ଏଭଳି କାର୍ଯ୍ୟ ରେ ପ୍ରଭାବିତ ହେଉଥିବା ଲୋକେ କହିଛନ୍ତି କି ପ୍ରଶାସନ ଯଥା ଶୀଘ୍ର ଏହାର ପଦେକ୍ଷପ ଗ୍ରହଣ କରନ୍ତୁ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ।

new life
You might also like
error: Content is protected !!