News
WhatsApp Image 2023-10-04 at 17.25.00
samparksetu

ବୃଦ୍ଧ ମାତାପିତାଙ୍କୁ ପୁଅ ବୋହୁଙ୍କ ନିର୍ଯ୍ୟାତନା ;ପେନସନ ବହି ଛଡାଇ ନେଇ ଘରୁ ତଡିଦେଲେ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଆମ୍ବବାହାଳୀ ଗ୍ରାମରେ ସରକାରୀ ଚାକିରୀରୁ ଅବସର ନେଇଥିବା ୮୫ବର୍ଷର ପିତାମାତାଙ୍କୁ ମାନସିକ ଏବଂ ଶାରରୀକ ନିର୍ଯ୍ୟାତନା ଦେବା ପରେ ଘରୁ ତଡିଦେଇଛନ୍ତି ।ଏପରିକି ପେନସନ ବହିକୁ ଛଡାଇ ନେଇଥିବା ବେଳେ ବୃଦ୍ଧ ଦମ୍ପତି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥହୋଇଥିବାର ଜଣାପଡିଛି ।

ଗଁଦିଆ ଥାନା ଆମ୍ବବାହାଳୀ ଗ୍ରାମର ଅବସରପ୍ରାପ୍ତ ଅଲେଖ ଚନ୍ଦ୍ର ପଣ୍ଡାଙ୍କ ଅଭିଯୋଗ ଅନୁସାରେ ତାଙ୍କର ଏକମାତ୍ର ପୁତ୍ର ଶ୍ରୀନିବାସ ପଣ୍ଡା ଏବଂ ତାଙ୍କ ପୁତ୍ରବଧୁ ସସ୍ମିତା ପଣ୍ଡା ତାଙ୍କୁ ଶାରରୀକ ଏବଂ ମାନସିକ ନିର୍ଯ୍ୟାତନା ଦେବା ସହିତ ଗତ ମାର୍ଚ୍ଚ ୨୦୨୧ରୁ ବଳପୂର୍ବକ ତାଙ୍କୁ ଏବଂ ପତ୍ନୀ ବୋଧେଇ ପଣ୍ଡାଙ୍କୁ ଘରୁ ତଡିଦେଇଛନ୍ତି ।

ଫଳରେ ସେ ନିଜ ଝିଅ ଘରେ ଆଶ୍ରୟ ନେଇଥିବାର ଜଣାପଡିଛି । ପୁତ୍ର ଶ୍ରୀନିବାସ ପଣ୍ଡା ଥଇଥାନ ଯୋଜନାରେ ସ୍ୱାସ୍ଥ୍ୟ ବିଭାଗରେ ଚାକିରୀ କରୁଛନ୍ତି । ଅଲେଖ ପଣ୍ଡା ସରକାରୀ ଚାକିରୀରୁ ଅବସର ନେବା ପରେ ବଳପୂର୍ବକ ପେନସନ ବହି ଛଡାଇ ନେଇ ପେନସନ ଟଙ୍କା ମଧ୍ୟ ହଡପ କରୁଥିବାର ଅଭିଯୋଗ କରିଛନ୍ତି । କୌଣସି ଉପାୟ ନପାଇ ବୃଦ୍ଧ ଦମ୍ପତି ଯୋରନ୍ଦାରେ ଥିବା ନିଜ ଝିଅ ଘରେ ଆଶ୍ରୟ ନେଇଥିବାର ଜଣାପଡିଛି ।

ଅସନବାହାଳୀ ରେ ଥିବା ଖାତା ନଂ ୭୬ଜମିଟି ବୋଧେଇ ପଣ୍ଡାଙ୍କ ନାମରେ ଥିବା ବେଳେ ଏହାକୁ ନେଇ ମଧ୍ୟ ବିବାଦ ଉପୁଜିଛି । ଏଭଳି ପରିସ୍ଥିତିରେ କୌଣସି ଉପାୟ ନପାଇ ଅଲେଖ ଚନ୍ଦ୍ରପଣ୍ଡା ନ୍ୟାୟ ପାଇଁ ଜିଲ୍ଳାପାଳଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ଶିକ୍ଷିତ ପୁତ୍ର ଏବଂ ପୁତ୍ର ବଧୁଙ୍କର ଏଭଳି ଅମାନବୀୟ କାଣ୍ଡକୁ ନେଇ
ଜିଲ୍ଲାପାଳ ଦୃଢ ପଦକ୍ଷେପ ନେବାକୁ ଦାବୀ ହୋଇଛି ।

new life
You might also like
error: Content is protected !!