News
WhatsApp Image 2023-10-04 at 17.25.00
samparksetu

ବ୍ଲକ ସ୍ତରୀୟ ମେଗା ଋଣ ମେଳା ;୧ କୋଟି ୭୭ ଲକ୍ଷ ଟଙ୍କା ମଞ୍ଜୁର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନୂତନ ସଭାଗୃହରେ ଓଡିଶା ଜୀବିକା ମିଶନ ତରଫରୁ ବ୍ଲକ ସ୍ତରୀୟ ମେଗ ଋଣମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୁୟାଁ,ଉପାଧ୍ୟକ୍ଷ ପ୍ରଫୁଲ କୁମାର ସାହୁ,ବିଡିଓ ଆଶିଷ କୁମାର ସାହୁ,ସିଡିପିଓ ଉର୍ମୀଳା ଦେହୁରୀ,ବିପିସି ସସ୍ମିତା ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଏହି ମେଳାରେ ୭୧ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକ କୋଟି ସତସ୍ତରୀ ଲକ୍ଷ ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା । ଏହି
କାର୍ଯ୍ୟକ୍ରମକୁ ବିପିଏମ ବୀର କିଶୋର ପଣ୍ଡା,ପିଏ ନିରାକାର ନାୟକ,ବିପିସି ମଧୁସ୍ମିତା ବିଶ୍ୱାଳ ପରିଚାଳନା କରିଥିଲେ ।
ଏସଏସଜି ଗ୍ରୁପ ଗୁଡିକ ଋଣ ପାଇବା ପରେ ସ୍ୱାବଲମ୍ବୀ ହେବା ପାଇଁ ପରାମର୍ଶ ଦିଆଯାଇଥିଲା ।

new life
You might also like
error: Content is protected !!