ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଅଞ୍ଚଳରେ ହାତୀମାନଙ୍କ ଚଳପ୍ରଚଳ ଯୋଗୁ ଦୀର୍ଘ ୧୦ ଦିନ ହେବ ରାତିରେ ବିଦ୍ୟୁତ୍ କାଟ ହେଉଛି ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେବା ସହିତ ଏହାର ପ୍ରତିକାର ପାଇଁ ଦାବୀ କରିଛନ୍ତି ।ଏହି ଅଞ୍ଚଳରେ ଥିବା ମେରାମୁଣ୍ଡଳୀ ସେକସନରୁ କଣ୍ଟାବଣିଆ,ମାନପୁର, କମଳାଙ୍ଗ, ମଙ୍ଗଳପୁର, କୁସୁପଙ୍ଗା,ଅଞ୍ଚଳରେ ବିଦ୍ୟୁତ୍ କାଟ ହେଉନଥିବା ବେଳେ କଣ୍ଟାବଣିଆ,ନରେନ୍ଦ୍ରପୁର,ତାଳବାହାଳ ଗ୍ରାମରେ ଦୀର୍ଘ ୧୦
ଦିନ ହେବ ବିଦ୍ୟୁତ କାଟ ହେଉଛି ।
ଯେଉଁ ଅଞ୍ଚଳରେ ହାତୀ ଚଳପ୍ରଚଳ କରିବେ ସେହି ଅଞ୍ଚଳରେ ବିଦ୍ୟୁତ୍ କାଟ ହେବାର ନିୟମ ରହିଛି । କିନ୍ତୁ ଏହାକୁ ଉଲଙ୍ଘନ କରି ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ କାଟ ହେଉଥିବାରୁ ଚୋର ମାନେ ସକ୍ରୀୟ ହେବା ସହିତ ଚୋରୀ,ଡକାୟତି,ରାହାଜାନୀ ବୃଦ୍ଧି ପାଉଛି ।ବିଦ୍ୟୁତ୍ କାଟ ଯୋଗୁ ଛାତ୍ରଛାତ୍ରୀ ମାନେ ପାଠ ପଢିବା ତ ଦୂରର କଥା
ବିଭିନ୍ନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେଉଛି ।
ବିଦ୍ୟୁତ୍ ବିଭାଗକୁ ଏ ସମ୍ପର୍କରେ ଫୋନ କଲେ କୌଣସି ଫଳ ମିଳୁନାହିଁ । ଏଦିଗରେ ଦୁଷ୍ଟି ନଦେଲେ ଗ୍ରାମବାସୀ ମାନ ରାଜରାସ୍ତାକୁ ଓହ୍ଲାଇବା ସହିତ ୫୫ ନଂ ଜାତୀୟ ରାଜପଥକୁ ଅବରୋଧ କରିବାକୁ
ଚେତାବନୀ ଦେଇଛନ୍ତି ।