କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫ୍ବିୟୁ) ପକ୍ଷରୁ ୨ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି।ଏହାର ପ୍ରଭାବ ମଧ୍ୟ କାମାକ୍ଷାନଗରରେ ଦେଖିବାକୁ ମିଳିଛି।କାମାକ୍ଷାନଗର ଠାରେ ଥିବା ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ଥିବାର ଦେଖିବାକୁ ମିଳିଥିଲା।
୧୬ ଏବଂ ୧୭ ତାରିଖରେ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଶାଖା ବନ୍ଦ ରହିବ। ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଦୁଇଦିନିଆ ଧର୍ମଘଟ ଘୋଷଣା କରିଛନ୍ତି । ଏହି ଧର୍ମଘଟ ଦ୍ୱାରା ଆଜି ଓ କାଲି ବ୍ୟାଙ୍କ ସେବା ପ୍ରଭାବିତ ହେବ । ତେବେ ଆସନ୍ତା ଶନିବାର ମାସର ୩ୟ ଶନିବାର ହୋଇଥିବାରୁ ବ୍ୟାଙ୍କଗୁଡ଼ିକ ଖୋଲା ରହିପାରେ।
ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଂଚ ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିୟୁ) ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଦେଶରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଗୁଡ଼ିକର ସଫଳ ଋପାୟନ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଅଗ୍ରଣୀ ଭୂମିକା ନେଉଥିବାବେଳେ ଘରୋଇକରଣ ହେଲେ ସାଧାରଣ ଲୋକେ ପ୍ରଭାବିତ ହେବେ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି।
ତେବେ ବ୍ୟାଙ୍କ ଗୁଡିକ ବନ୍ଦ ଥିବା ବେଳେ ଅଧିକାଂଶ ଲୋକ ଏହାକୁ ଜାଣି ନଥିବା ବେଳେ ବ୍ୟାଙ୍କ ଆସି ଫେରି ଯାଉଥିବାର ଦେଖାଦେଇଛି l