News
WhatsApp Image 2023-10-04 at 17.25.00
samparksetu

ବ୍ରାହ୍ମଣୀ ଦେବୀ ଙ୍କ ପୀଠରେ ମାର୍ଗଶିର ଗୁରୁବାର

ମାର୍ଗଶିର ମାସ ଶେଷ ଗୁରୁବାରକୁ ବଡ ଧୁମଧାମରେ ପାଳନ କରିଛନ୍ତି ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ସୀମାନ୍ତ ଗ୍ରାମଭାବେ ପରିଚିତ ଅନଳ ଗ୍ରାମରେ ।ଦୀର୍ଘ ଆଠ ବର୍ଷ ଧରି ଏହିଦିନ ଗ୍ରାମର ମା ବ୍ରାହ୍ମଣୀ ଦେବୀ ପୀଠ ଚଳଚଚଂଳ ହୋଇ ଉଠୁଛି ।

ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଭଜନ କୀର୍ତ୍ତନ ସହ ଦୈନିକ ରୀତିନୀତି ଅନୁଯାୟୀ ପାଳନ କରିଥାନ୍ତି ମାଙ୍କ ପୂଜା । ଚଳିତ ବର୍ଷ ଏହି ପୀଠରେ ଅନୁଷ୍ଠିତ ଉତ୍ସବରେ କର୍ତ୍ତା ଭାବରେ ଯୋଗଦେଇଥିଲେ ଅମ୍ବୁଜ ପରିଡା । ଅଶୋକ କୁମାର ସାହୁ, ବିନୋଦ କୁମାର ସାହୁ , ସନ୍ତୋଷ କୁମାର ସାହୁ, ଲକ୍ଷ୍ମୀଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

ଏହି ପୀଠକୁ ଢେଙ୍କାନାଳ ଜିଲ୍ଲାର ଅନଳ ମଝିପାଳ ଲକ୍ଷ୍ମୀଧର ପୁର ଯାଜପୁର ଜିଲ୍ଲାର ଭାଲୁକିପାତାଳ , କାଙ୍କଡପାଳ ଆଦି ଗ୍ରାମର ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ ।

new life
You might also like
error: Content is protected !!