ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କନ୍ତୋଲ ପଞ୍ଚ।ୟତ ଦୁର୍ଗମ ଅଞ୍ଚଳରେ ଥିବା ଏକୁଲ,ସେକୁଲ,କୋଟ,ପୁଟିପାଳ ଘଞ୍ଚପାହାଡିଆ ଅଞ୍ଚଳରେ ଜିଲ୍ଲାପାଳ ପରିଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ।
କଙ୍କଡାହାଡ ବ୍ଲକର ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ଏହି ଗ୍ରାମ ଗୁଡିକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ପରିଦର୍ଶନ କରିବାକୁ ଯାଇଥିଲେ । ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଦୁର୍ଗମ ଅଞ୍ଚଳର ଲୋକମାନେ କିପରି ମୌଳିକ ସୁବିଧାରୁ ବଞ୍ଚିତ ନହେବେ ତାର
ଉପରେ ସଚେତନ ସଚେତନ ସୃଷ୍ଟି କରିବା ସହିତ ଲୋକମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ ।
ତତ ସହିତ ଦୁର୍ଗମ ଅଞ୍ଚଳରେ କିପରି ରାସନ ସାମଗ୍ରୀ ପହଞ୍ଚି ପାରିବ ,ଗମନାଗମନ,ଶିକ୍ଷସ୍ୱାସ୍ଥ୍ୟ,ଜଙ୍ଗଲ ଜମି ଅଧିକାର ବଳରେ ଜମି ଯୋଗାଣ କିରବା ପାଇଁ ଆଲୋଚନା କରିଥିଲେ ।
ଦୁର୍ଗମ ଅଞ୍ଚଳରେ ଥିବା ନାଳ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା ସହିତ ରାସ୍ତାର ଉନ୍ନତି କରଣ ପାଇଁ ୫୦ଲକ୍ଷ ଟଙ୍କା ଅନୁଦାନର ବ୍ୟବସ୍ଥା କରାଯାଇଥିଲା ।କୋଟ
ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟର ସ୍ଥାପନ ସହିତ ଏକ ମୋବାଇଲ ଟାୱାର ବସାଇବା ପାଇଁ ପ୍ରତିଶୃତି ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ,ଜିଲ୍ଲା ବନଖଣ୍ଡ ଅଧିକାରୀ,ଡିଆରଡିଓ ପ୍ରକଳ୍ପ ନିର୍ଦ୍ଦେଶକ,କଙ୍କଡାହାଡ ତହସିଲଦାର,ବିଡିଓ.ଶିଶୁ ପ୍ରକଳ୍ପ ଅଧିକାରୀଙ୍କ ସହିତ କନ୍ତୋଲ ସରପ ଯୋଗଦେଇଥିଲେ । ସାଧାରଣ ଲୋକମାନେ କିପରି ମୌଳିକ ସୁବିଧାରୁ ବଞ୍ଚିତ ନହୁଏ ସେ ଉପରେ ସଚେତନ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।